କବିତା – ମୋ ଅକୁହା କଥା

LITERATURE WING

କବିତା – ଶ୍ରୀ  ସୌରେନ୍ଦ୍ର ସେନାପତି

 

ତୋତେ ଯାହା କହିବାକୁ ଭାବିଥିଲି

କହୁ କହୁ ଅଜାଣତେ ମୋର

ବନିଲା କବିତା

ଗୋଟି ଗୋଟି ଶବ୍ଦ ସବୁ ମୋ ଭାଷା ଭିତରେ

ବହିଗଲା ନଦୀ ପରି ମୋ ବ୍ୟଥା ବେଦନାକୁ ନେଇ

ଖାସ ତୋରି ପାଇଁ ।

ଭାବିଥିଲି ତୁ ବୁଝିବୁ ମୋ ଅକୁହା ଶବ୍ଦକୁ

ସାଉଁଟି ନେବୁ ତୋର ପଣତ କାନିରେ

ହେଲେ ତୁ ମିଳିଲୁନି

ଚାଲିଯାଇଥିଲୁ କେଉଁ ପାହାଡକୁ

କେଉଁ ଆକାଶ ଛାତିରେ

ମୁଣ୍ଡ ଗୁଞ୍ଜିବାକୁ ।

@OdishaInfocus News Desk

Please follow and like us: