Balijatra

ଚଳ ଚଞ୍ଚଳ ବାଲିଯାତ୍ରା ପଡିଆ

STATE

ଆସନ୍ତାକାଲି କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ପ୍ରତିବର୍ଷ କାର୍ତ୍ତିକପୁର୍ଣିମା ଦିନ ହୁଏ ଉଦଘାଟନ । ବହୁ ପୂର୍ବରୁ ଶୃଙ୍ଖଳିତ ବାଲିଯାତ୍ରା ନିମନ୍ତେ  ଜୋରସୋରରେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଚାଲିଥିଲା । ପ୍ରଥମେ ଫୁଲ ବ୍ୟବସାୟୀ ଆସି ତାଙ୍କର ଷ୍ଟଲ ବସାଇଥିଲେ । ପରେ ପରେ ଦୋଳି ବ୍ୟବସାୟୀମାନେ ଆସି ତାଙ୍କର ଦୋଳି ସଜାଇଥିଲେ । ଦୋଳିର ସ୍ଥିତି, ଭଲମନ୍ଦର ଟିକିନିଖି ଯାଞ୍ଚ ପରେ ଅନୁମତି ଦିଆଯାଏ । ଯେପରି କୌଣସି ତ୍ରୁଟିଜନିତ ଦୁର୍ଘଟଣା ନଘଟେ । ପ୍ରଥମ ଦିନ ଯାଞ୍ଚ ପରେ ଦୋଳିଖେଳର ଆରମ୍ଭ କରାଯିବ ।

            ବର୍ତ୍ତମାନ ପ୍ଲଟ ବୁକିଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଦେଶର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ଆସି ବର୍ତ୍ତମାନ ଷ୍ଟଲ ଖୋଲିବାରେ ଲାଗିପଡିଛନ୍ତି । ୩୪ ଏକର ବିଶିଷ୍ଟ ତଳ ପଡିଆ ଓ ୧୦ ଏକର ବିଶିଷ୍ଟ ଉପର ପଡିଆ ବର୍ତ୍ତମାନ ଷ୍ଟଲରେ ସଜ୍ଜିତ ।

Please follow and like us: