ନିଦ ନାହିଁ ଆଖିରେ

LITERATURE WING

କବିତା- ସୌରେନ୍ଦ୍ର ସେନାପତି

ମୋ ଆଖିରେ ନିଦ ନାହିଁ
ସାରା ରାତି ଉଜାଗର
କାହିଁକି କେଜାଣି
ତୁମ କଥା ଆସେ ବାରମ୍ବାର
ବନ୍ଦ ଆଖିପତା ତଳେ
ତୁମ ଛବି ଭାସି ଆସେ
ହସ ତୁମେ ମନ୍ଦ ମନ୍ଦ
ଡାକ ହାତ ଠାରି
ହେଲେ ଖୋଲି ଦେଲେ ଆଖି
ହଜି ଯାଅ ରାତ୍ରୀର ଅନ୍ଧାରେ ।

Please follow and like us: