Biju

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ

STATE

Bhubaneswar:            ଆଜି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ମହାନ ସ୍ଵାଧୀନତା ସଂଗ୍ରାମୀ, ଜାତୀୟତାବାଦୀ ନେତା ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ (Biju Patnaik) ୨୧ତମ ଶ୍ରାଦ୍ଧବାର୍ଷିକୀ ।

            ସେ ଥିଲେ ଜଣେ ନିର୍ଭୀକ ବ୍ୟକ୍ତିତ୍ଵ । ଜଣେ ଦେଶପ୍ରେମୀ ଦୁର୍ଦ୍ଧର୍ଷ ବିମାନଚାଳକ । ବିପଦକୁ ସାହସର ସହିତ ସେ ସମ୍ମୁଖୀନ ହେଉଥିଲେ ।

            ସେ ଥିଲେ କଳିଙ୍ଗ ସ୍ଵାଭିମାନର ପ୍ରତୀକ । ସେ ଓଡ଼ିଶାକୁ ଶିଳ୍ପସମୃଦ୍ଧ କରିବାର ସ୍ଵପ୍ନ ଦେଖି ଆଗେଇଥିଲେ । ତାଙ୍କରି ପ୍ରଚେଷ୍ଟାରେ ଫଳ ହିଁ ଆମେ ଓଡିଶାବାସୀ ଭୋଗ କରୁଚେ ।

            ସେ କେବଳ ଜଣେ ଦକ୍ଷ ପ୍ରଶାସକ ନ ଥିଲେ, ସେ ନୂତନ ଓଡିଶାର ଥିଲେ ନିର୍ମାତା । ସେ ଥିଲେ ଦଳୀୟ ରାଜନୀତିଠାରୁ ଉର୍ଦ୍ଧ୍ଵରେ ।

            ଆଜି ତାଙ୍କର ୨୧ତମ ଶ୍ରାଦ୍ଧବାର୍ଷିକୀରେ odishainfocus ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।

#OdishaInfocus News Desk

Please follow and like us:
error