ବସଭଡା ବୃଦ୍ଧି

STATE

ବସ ଭଡା ବୃଦ୍ଧି ନ କଲେ ବସ ମାଲିକ ସଂଘ ଧର୍ମଘଟ କରିବେ ବୋଲି ଦେଇଥିବା ଧମକକୁ ଆଖି ଆଗରେ ରଖି ହଠାତ ରାଜ୍ୟ ସରକାର ଭଡା ବୃଦ୍ଧି ଘୋଷଣା କରିଛନ୍ତି । ଶନିବାର ଦିନ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବସ ଭଡା କିଲୋମିଟର ପିଛା ୪ ପଇସାରୁ ୬ ପଇସା ବୃଦ୍ଧିପାଇଛି । ଏହି ବୃଦ୍ଧି ଡିଜେଲ ବୃଦ୍ଧି ପାଇଁ ବଢି ନାହିଁ । ଏ ଭଡା ବସ ଚଳାଇବା ପାଇଁ ଥିବା ୧୨ଟି ପାରାମିଟର ଅନୁସାରେ ବଢାଯାଇଛି ବୋଲି ଘରୋଇ ବସ ମାଲିକ ସଂଘ କହିଛି । କିଲୋମିଟର ପିଛା ସାଧାରଣ ଓ ଏକ୍ସପ୍ରେସ ବସ ଭଡା ୪ ପଇସା, ଡିଲକ୍ସ ବସ ୫ ପଇସା ଓ ଏସି ଡିଲକ୍ସ ବସ ୬ ପଇସା ବଢିଛି ।

ଏହା ଦ୍ଵାରା ଯାତ୍ରୀମାନଙ୍କୁ ଏଣିକି ସାଧାରଣ ବସ ଭଡା ୬୪ ପଇସା, ଏକ୍ସପ୍ରେସ ବସ ଭଡା ୬୭ ପଇସା, ଡିଲକ୍ସ ବସ ଭଡା ୮୯ ପଇସା ଓ ଏସି ଡିଲକ୍ସ ବସ ଭଡା ୧ ଟଙ୍କା ୫ ପଇସା କିଲୋମିଟର ପିଛା ଦେବାକୁ ପଡିବ ।

Please follow and like us: