ଭଗବାନ ଓ ଭୂତ – ଭାଗ ୨

KIDS WORLD

ଲେଖକ – ତରୁଣ ତପନ ମହାନ୍ତି

loading...

………..  ପୁଣି ଥରେ ବୁଢାଟି ହସି ଉଠିଲା । ତାପରେ କହିଲା – ମିଛ କଥା । ଭୂତ ଭଲ ପିଲାଙ୍କୁ କିଛି କରେ ନ।ହିଁ । ବୁଢା କହିଲା ଭୂତ ଭଲ ପିଲାଙ୍କର କିଛି କ୍ଷତି କରେ ନ।ହିଁ । ପିଲାଟି ଆଶ୍ଚର୍ଯ୍ୟହୋଇ ପଚାରିଲା – ଭଲ ପିଲା ମ।ନେ ?

ବୁଢା ଉତ୍ତର ଦେଲା – ଭଲ ପିଲା କଣ ଜାଣିନୁ ? ଯେଉଁମାନେ ଭଲ ପାଠ ପଢନ୍ତି, ବାପା ମାଆଙ୍କ କଥା ମାନନ୍ତି, ଗୁରୁଜନମାନଙ୍କୁ ଆଉ ଦିଅଁଦେବତାଙ୍କୁ ଭକ୍ତି କରନ୍ତି, ସେମାନଙ୍କୁ ଭୂତ କିଛି କରେ ନାହିଁ ।

ପିଲାଟି ତା କଥା ଶୁଣୁଶୁଣୁ ଚାଲୁଥାଏ ।

ଗଳିର ବାଟ ସରି ସରି ଆସିଲା । ଏଥର ସେ ଆଗେ ଆଗେ ପାଦ ପକାଇ ଜୋରରେ ଚାଲୁଥାଏ । ବୁଢା ଥାଏ ତା ପଛରେ । ବୁଢାଟି ସାଙ୍ଗରେ ଥିବାରୁ ଡର କଣ ସେ ଆଦୌ ଜାଣିପାରିଲାନି । ଆଉ ଅଳ୍ପ ବାଟ ଗଲେ ଗଳି ରାସ୍ତା ସରିଯିବ । ତା ପରେ ଗଳି ମୁଣ୍ଡରୁ ଦେଖାଯିବ ତାଙ୍କର ଘର । ପିଲାଟି ମନରେ ବହୁତ ଆନନ୍ଦ ।

ଏତିକି ବେଳେ ବୁଢା ପଚାରିଲା – ତୁ ଭୂତ ଦେଖିଛୁ ?

ପିଲାଟି ଆଗକୁ ଆଗକୁ ଚାଲୁ ଚାଲୁ କହିଲା – ନା । ଭୂତକୁ ଦେଖିନି ମୁଁ ।

ବୁଢାଲୋକଟି ଗଳା ଖଙ୍କାରି କହିଲା – ତେବେ ଦେଖ ।

ପିଲାଟି ଆତଙ୍କିତ ହୋଇ ପଛକୁ ଚାହିଁ ଦେଖିଲ। – ତା ପଛରେ କେହି ନାହାନ୍ତି ।

ଏଥର ପିଲାଟି ଜୋରରେ ଘର ଆଡକୁ ଦୌଡିବା ଆରମ୍ଭ କରିଦେଲା । ତାର ସରଳ ମନ ଭିତରେ ଭାବୁଥିଲା ସେ – ଯିଏ ତାକୁ ସାହାଯ୍ୟ କରିବା ପାଇଁ ଲୋକଟିକୁ ପଠାଇଥିଲେ, ସିଏ ହେଉଛନ୍ତି ଭଗବାନ । ଆଉ ଯିଏ ତାକୁ ଡରାଇ ଦେଇ ମଝିରୁ  ଉଭାନ ହୋଇଗଲା ସେ ହୁଏତ ଭୂତ । ନ। ।  ଏ ସବୁ ଗୋଳମାଳିଆ କଥା । ଘରେ ପହଞ୍ଚି ମାଆକୁ ପଚାରିଲେ ଜଣାପଡିବ କିଏ ଭୁତ ଆଉ କିଏ ଭଗବାନ ।

Please follow and like us:
error
loading...