୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କଲା ସମ୍ପର୍କୀୟ ଭାଇ

CRIME

ବଳାକ୍ତାର ଭଳି ଏକ ଜଘନ୍ୟ ଅପରାଧ ନିମନ୍ତେ ଦଣ୍ଡବିଧାନ ହୋଇପାରୁନଥିବାରୁ ତଥା ଉପଯୁକ୍ତ ନ୍ୟାୟ ପାଇବାରେ ପୀଡ଼ିତା ପ୍ରମାଣ ଅଭାବରୁ ବଞ୍ଚିତା ହେଉଥିବାରୁ ଦୁଷ୍କର୍ମକାରୀମାନେ ଭୟ କରୁ ନାହାନ୍ତି ଦୁଷ୍କର୍ମ ଘଟାଇବାକୁ । ରାଜନୈତିକ ହସ୍ତକ୍ଷେପ ହେଉ, ପ୍ରଭାବଶାଳୀ ବ୍ୟକ୍ତିଙ୍କ ପ୍ରଭାବ ହେଉ ବା ପୋଲିସର ନିଷ୍କ୍ରିୟତା ହେଉ କିମ୍ବା ଆଇନର ଫାଙ୍କ ହେଉ, ଅପରାଧୀ ନିର୍ବିଘ୍ନରେ ଖସି ଯାଉଛି । ଏହାର ସୁଯୋଗ ନେଇ ଦୁଷ୍କର୍ମକାରୀମାନେ ବଳାକ୍ତାର କରିଚାଲିଛନ୍ତି । ସେମାନଙ୍କ କ୍ରୂର ପିପାସାରୁ ନା ବୃଦ୍ଧା, ନା ଯୁବତୀ ନା ନାବାଳିକା, ନା ଶିଶୁକନ୍ୟା ରକ୍ଷା ପାଉଛନ୍ତି । କେହି ଏହାକୁ ଗୁରୁତ୍ଵର ସହିତ ନେଉନାହାନ୍ତି । ବିଭିନ୍ନ ରାଜନୈତିକ ଦଳ କେବଳ ରାଜନୈତିକ ଫାଇଦା ପାଇଁ କିଛିଟା ପାଟିତୁଣ୍ଡ କରିବା ପରେ ପୁଣି ଅନ୍ୟ ଦିଗକୁ ଦୃଷ୍ଟି ହଟାଇନେଉଛନ୍ତି । ସରକାର ମଧ୍ୟ ଏନେଇ ପାଟି ଖୋଲୁନାହାନ୍ତି ।

ନିକଟରେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଗତ ଶୁକ୍ରବାର ଦିନ ଏକ ୩ ବର୍ଷର ଶିଶୁକନ୍ୟାକୁ ତାର ଜଣେ ସମ୍ପର୍କୀୟ ଭାଇ ଘରୁ ଡାକିନେଇ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ବାବଦରେ ଅନଭିଜ୍ଞା ଶିଶୁକନ୍ୟା ପରିବାରକୁ ତାକୁ ଯନ୍ତ୍ରଣା ହେଉଛି ବୋଲି ଜଣାଇବା ପରେ ପରିବାର ଲୋକେ ଦୁଷ୍କର୍ମ ହୋଇଥିବା ଜାଣି ପାରିଥିଲେ । ଯନ୍ତ୍ରଣା ଅସହ୍ୟ ହେବାରୁ ସ୍ଥାନୀୟ ବେସରକାରୀ ହସ୍ପିଟାଲକୁ ନେବାପରେ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା ନକରି ଥାନାରେ ଜଣାଇବାକୁ ତଥା ସରକାରୀ ହସ୍ପିଟାଲରେ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଅଭିଯୁକ୍ତଙ୍କ ପରିବାର ଥାନାରେ ଅଭିଯୋଗ କରିବାରେ ବାଧା ଦେଇଥିଲେ । ହେଲେ ଶେଷରେ ବନ୍ତଳା ଥାନାରେ ଅଭିଯୋଗ କରିବା ପରେ ଶିଶୁକନ୍ୟାକୁ ପ୍ରଥମେ ବନ୍ତଳା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପୋଲିସ ଏ ନେଇ ନଂ ୮/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Please follow and like us:
error