ଟ୍ରକ ଚାଳକ ଗଣିଲେ ୧ ଲକ୍ଷ ୪୧ ହଜାର ଟଙ୍କା ଫାଇନ

NATIONAL

ନୂଆ ମୋଟର ଭେଇକଲ ଆଇନ ଲାଗୁହେବା ପରେ ଧରପଗଡ ଜୋର ହୋଇଛି । ବିଭିନ୍ନ ବ୍ୟକ୍ତିଙ୍କ ନିକଟରୁ ବହୁ ପରିମାଣର ଜରିମାନା ଆଦାୟ କରାଯାଉଛି । ତେବେ ଗତକାଲି ଜଣେ ଟ୍ରକ ଚାଳକଙ୍କଠାରୁ ସବୁଠୁ ଅଧିକ ଟଙ୍କା ଜରିମାନା କରାଯାଇଛି, ଯାହାକି ଚର୍ଚ୍ଚାର ପରିସରକୁ ଆସିଛି ।

loading...

ରାଜସ୍ଥାନର ଜଣେ ଟ୍ରକ ଚାଳକଙ୍କୁ ତାଙ୍କ ଟ୍ରକ ଓଭରଲୋଡିଙ୍ଗ ହୋଇଥିବା ଦର୍ଶାଯାଇ ଫାଇନ କରାଯାଇଛି । ଦିଲ୍ଲୀ ରୋହିନୀ କୋର୍ଟରେ ଫାଇନ ଭରିଛନ୍ତି ଟ୍ରକଚାଳକ । ସେ ଫାଇନ ଆକାରରେ ଦେଇଛନ୍ତି ୧ ଲକ୍ଷ ୪୧ ହଜାର ୭୦୦ ଟଙ୍କା ।

Please follow and like us:
error
loading...