ଯାଜପୁରରେ ପୋଲିସକୁ ବଡ ସଫଳତା, ଏକାଥରେ ୧୧ ଡକାୟତ ଗିରଫ ହେଲେ

STATE

ଯାଜପୁର : ଆଜି ଓଡିଶା ପୋଲିସକୁ ବଡ ସଫଳତା ମିଳିଛି । ପୋଲିସ ଆଜି ୧୧ ଜଣ ଅନ୍ତଃରାଜ୍ୟ ଡକାୟତ ଗିରଫ କରିବାରେ ସଫଳ ହୋଇଛି । କେବଳ ସେତିକି ନୁହେଁ, ସେମାନଙ୍କଠାରୁ ୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ମଧ୍ୟ ଜବତ ହୋଇଛି । ଏହା ସହିତ ୭୬ ଗ୍ରାମ ସୁନା, ୧୨ କେଜି ରୂପା ଅଳଙ୍କାର ଓ ଗୋଟିଏ ବନ୍ଧୁକ ଜବତ କରାଯାଇଛି । ଏସପି ଚରଣ ସିଂହ ମୀନା ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଗତ ୬ ତାରିଖରେ ଯାଜପୁର ବ୍ରହ୍ମବରଦା ଗାଁ ପାଖରେ ଏକ ଲୁଟପାଟ ଘଟଣା ଘଟିଥିଲା । ଦୁର୍ବୃତ୍ତମାନେ ଜଣେ ଗହଣା ବ୍ୟବସାୟୀଙ୍କୁ ହାଣି ଦେଢ ଲକ୍ଷ ଟଙ୍କା ଲୁଟିନେଇଥିଲେ । ପୋଲିସ ସମ୍ପୃକ୍ତ ଡକାୟତଙ୍କ ସନ୍ଧାନରେ ଥିବାବେଳେ ଖବର ପାଇ ୧୧ ଜଣ କୁଖ୍ୟାତ ଡକାୟତଙ୍କୁ ଆଜି ଗିରଫ କରିବାରେ ସଫଳ ହୋଇଛି ।

Please follow and like us: