odisha infocus

କୁହୁଡି ଯୋଗୁ ପିଟି ହେଲା ପଛକୁ ପଛ ୧୧ଟି ଗାଡି

STATE

ଘନ କୁହୁଡି ଯୋଗୁ ଘଟିଛି ଏକ ଦୁଃଖଡାୟକ ଘଟଣା । ଘନ କୁହୁଡି ଯୋଗୁ ଅଳ୍ପ କିଛି ଦୂରରେ ଥିବା ଗାଡି ମଟର ଲୋକବାକ ଦେଖା ଯାଉନଥିବାବେଳେ ଆଗ ଗାଡି ସହିତ ପଛକୁ ପଛ ପିଟି ହୋଇଛି ୧୧ଟି ଗାଡି । ଫଳରେ ଜଣେ ମୃତ୍ୟୁ ବରଣ କରିଥିବାବେଳେ ୨ ଜଣ ସାଂଘାତିକ ଗୁରୁତର ହୋଇଛନ୍ତି । ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ଲାଗିବା ଫଳରେ ଘଟଣାସ୍ଥଳରେ ଜଣେ ଡ୍ରାଇଭରର ମୃତ୍ୟୁ ଘଟିଛି । ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଆଉ ଏକ ହାଇୱା ଧକ୍କା ଦେଲା ଯାହା ଫଳରେ କି ଚାଳକ ଆହତ ହୋଇଛନ୍ତି ।

କଥା କେବଳ ସେତିକିରେ ସାରିଲା ନାହିଁ । ହାଇୱାକୁ ଏକ ପାରିବ ବୋଝେଇ ଡାଲା ଅଟୋ ଧକ୍କା ଦେବା ଯଦ୍ୱାରା ଉକ୍ତ ଅଟୋ ଚାଳକ ଆହତ ହୋଇଛନ୍ତି । ଘନ କୁହୁଡି ଯୋଗୁ ରାସ୍ତାଘାଟ ଦେଖା ଯାଉନଥିବାରୁ ପଛକୁ ପଛ ହୋଇ ସମୁଦାଯ ୧୧ଟି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ଘଟଣାଟି ଘଟିଛି କୁତ୍ରା ଥାନା ଅନ୍ତର୍ଗତ ଗଡପୋଷ ଛକରେ । ଗତକାଲି ବିଳମ୍ବିତ ରାତ୍ରିରେ ଏହି ଦୁଃଖଡାୟକ ଘଟଣା ଘଟିଛି । ଦୁଇ ଗୁରୁତରଙ୍କୁ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

Please follow and like us: