କରୋନା ଭାଇରସ; ଜାହାଜରେ ଫସିଥିବା ୧୧୯ ଅଟକ ଭାରତୀୟ ଫେରିଲେ ସ୍ୱଦେଶ

NATIONAL

ନୂଆଦିଲ୍ଲୀ : ଜାପାନରୁ ଫେରିଲେ ଅଟକ ରହିଥିବା ୧୧୯ ଜଣ ଭାରତୀୟ । କରୋନା ଭାଇରସ ସଂକ୍ରମଣ ସନ୍ଦେହରେ ସେମାନେ ଅଟକ ରହିଥିଲେ । ପ୍ରିନ୍ସ ଡାଇମଣ୍ଡ ଜାହାଜରେ ଦୁଇ ସପ୍ତାହ ହେଲା ସେମାନେ ଫସି ରହିଥିଲେ ।

ଜାପାନୀ କ୍ରୁଜ୍ ଜାହାଜ ‘ଡାଇମଣ୍ଡ ପ୍ରିନ୍ସେସ’ରୁ ୧୧୯ ଜଣ ଭାରତୀୟ ଓ ୫ ଜଣ ବିଦେଶୀ ନାଗରିକଙ୍କୁ ନେଇ ଏୟାର୍ ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଗୁରୁବାର ପ୍ରତ୍ୟୁଷରେ ଦିଲ୍ଲୀରେ ପହଞ୍ଚିଛି । ଏହି ଜାହାଜରେ କେତେକ ଯାତ୍ରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ । ଏକଥା ଜଣାପଡ଼ିବା ପରେ ଜାହାଜଟିକୁ ପୃଥକ ରଖାଯାଇଥିଲା। ଏହି ଲୋକମାନଙ୍କୁ ସ୍ଥାନାନ୍ତରଣ କରିବାକୁ ସୁବିଧା ଯୋଗାଇ ଦେଇଥିବାରୁ ଭାରତ ଜାପାନୀ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛି।

Please follow and like us: