୧୨ ଘଣ୍ଟିଆ କବିସୂର୍ଯ୍ୟନଗର ଓ ବଡମ୍ବା ବନ୍ଦ

STATE

କବିସୂର୍ଯ୍ୟନଗର ଥାନା ଅଧିକାରୀ-ଓକିଲ ସଂଘ ମଧ୍ୟରେ ବିବାଦ ଘଟି ଥାନା ଅଧିକାରୀ ତପନ ପତିଙ୍କୁ ବଦଳି ଦାବିରେ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛି ଓକିଲ ସଂଘ । କବିସୂର୍ଯ୍ୟନଗରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

ସେହିପରି କଟକ ଜିଲ୍ଲା ବଡମ୍ବାରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଜିଲ୍ଲା ବଡମ୍ବା ବ୍ଲକ ନାଗରିକ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବଡମ୍ବା ବ୍ଲକକୁ ସବଡିଭିଜନ ମାନ୍ୟତା ଓ ଏକ ସବଜଜ କୋର୍ଟ ପ୍ରତିଷ୍ଠା ଦାବି କରି ବନ୍ଦ ପାଳନ କରିବାକୁ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରିବା ସହିତ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଉଛି । ନରସିଂହପୁର-ଆଠଗଡ ଗାଡି ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Please follow and like us:
error