ଦେଶରେ ୨୪ ଘଣ୍ଟାରେ କରୋନା ନେଲା ୧୩୭ ଜୀବନ, ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୩୭୨୬ରେ

NATIONAL

କରୋନା ମହାମାରୀ ଦେଶରେ ଏବେ ଉଗ୍ର ରୂପ ଧାରଣ କରିଛି । ଦିନକୁ ଦିନ ଅଧିକରୁ ଅଧିକ ମୁଣ୍ଡ ନେଉଛି । ଗତ ୨୪ ଘଣ୍ଟାରେ ୧୩୭ ଜୀବନ ନେଇସାରିଲାଣି । ଆହୁରି ଅନେକ ବିଭିନ୍ନ ହସ୍ପିଟାଲରେ କରୋନା ସହ ସଂଘର୍ଷ କରୁଛନ୍ତି । ଆଜି ସକାଳ ସୁଦ୍ଧା ୨୪ ଘଣ୍ଟାରେ ନୂଆ ୬,୬୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ମୃତ୍ୟୁସଂଖ୍ୟା ୩ ହଜାର ୭୨୬ରେ ପହଞ୍ଚିଥିବାବେଳେ ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୨୫ ହଜାର ୧୦୧ରେ ପହଞ୍ଚିଛି । ଆଜି ଭିତରେ ମୋଟ ସୁସ୍ଥ ହୋଇଛନ୍ତି ୫୧,୭୮୪ । ବିଭିନ୍ନ ହସ୍ପିଟାଲମାନଙ୍କରେ ଚିକିତ୍ସିତ ହେଉଛନ୍ତି ୬୯ ହଜାର ୫୯୭ ଜଣ ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଅନୁସାରେ ମହରାଷ୍ଟ୍ରରେ ସର୍ବାଧିକ ୪୪ ହଜାର ୫୮୨ ଆକ୍ରାନ୍ତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ସେଠାରେ ରହିଛି ୧୫୧୭ । ସେହିପରି ଗୁଜରାଟରେ ୮୦୨, ମଧ୍ୟପ୍ରଦେଶରେ ୨୭୨, ପଶ୍ଚିମବଙ୍ଗରେ ୨୬୫, ଦିଲ୍ଲୀରେ ୨୦୮, ରାଜସ୍ଥାନଏ ୧୫୩ ଓ ତାମିଲନାଡୁରେ ୯୮ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

Please follow and like us: