ରାଜ୍ୟରେ କରୋନା ନେଲା ଆଉ ୧୪ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୧୧୩୫କୁ ବୃଦ୍ଧି

STATE

ଭୁବନେଶ୍ବର : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରୁ ୧୪ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୩୫କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧାର ସର୍ବାଧିକ ୪ ଜଣ, କଟକରୁ ଦୁଇଜଣ, ଜଗତସିଂହପୁରରୁ ଦୁଇଜଣ, ମୟୂରଭଞ୍ଜ, ପୁରୀ, ଢେଙ୍କାନାଳ, କନ୍ଧମାଳ, ବଲାଙ୍ଗିର ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନାରେ ଜୀବନ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତମାନେ ପ୍ରାଣ ହରାଇଛନ୍ତି ।

ଖୋର୍ଦ୍ଧାର ୪ ମୃତକ ଭୁବନେଶ୍ବରର ଓ ସମସ୍ତେ ପୁରୁଷ । ସେମାନଙ୍କର ବୟସ ଯଥାକ୍ରମେ ୪୯, ୫୨, ୪୨ ଓ ୫୮ ବର୍ଷ । କଟକର ୨ ମୃତକ ପୁରୁଷ ଓ ସେମାନଙ୍କର ବୟସ ଯଥାକ୍ରମେ ୫୬ ଓ ୪୫ ବର୍ଷ । ଜଗତସିଂହପୁରର ୨ ମୃତକରୁ ଜଣେ ୬୩ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୪୬ ବର୍ଷିୟା ମହିଳା । ଅନ୍ୟ ଜିଲ୍ଲାର ମୃତକମାନେ ହେଲେ ବଲାଙ୍ଗିରର ୬୫, ସମ୍ବଲପୁରର ୬୫, କନ୍ଧମାଳର ୬୫, ମୟୂରଭଞ୍ଜର ୪୯, ପୁରୀର ୬୩ ବର୍ଷୀୟ ପୁରୁଷ । ଢେଙ୍କାନାଳର ୪୪ ବର୍ଷିୟା ମହିଳା ।

Please follow and like us: