Rail

ଔରଙ୍ଗାବାଦରେ ଅଘଟଣ, ଟ୍ରେନ ମାଡିଯାଇ ୧୪ ଜଣ ଶ୍ରମିକଙ୍କ ମୃତ୍ୟୁ, ୫ ଜଣ ଗୁରୁତର

NATIONAL

ମହାରାଷ୍ଟ୍ରର : ଗତକାଲି ଗ୍ୟାସ୍ ଲିକ୍ ଦୁର୍ଘଟଣା ମନରୁ ନ ଲିଭୁଣୁ ଆଜି ପୁଣି ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଅଘଟଣ ପରେ ଅଘଟଣ । କରୋନାକୁ ବଳିଯାଉଛି ଏହି ସବୁ ଆକସ୍ମିକ ଘଟଣା । ଆଜି ପୁଣି ଏକ ଛାତି ଥରା ଘଟଣା ଘଟିଥିବା ନେଇ ଖବର ଆସିଛି । ମହାରାଷ୍ଟ୍ରର ଔରଙ୍ଗାବାଦରେ ଔରଙ୍ଗାବାଦ-ନାନ୍ଦେଡ଼ ରୁଟର କର୍ମଦ ନିକଟରେ ଟ୍ରେନ୍ ମାଡିଯିବାରୁ, ୧୪ରୁ ଉର୍ଦ୍ଧ୍ବ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହାବ୍ୟତୀତ ୫ ଜଣ ଗୁରୁତର ହୋଇଛନ୍ତି । ରେଳଧାରଣାରେ ଶ୍ରମିକଙ୍କ ଉପରେ ମାଲଗାଡି ମାଡିଯିବାରୁ ୧୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

କର୍ମାଡ ଷ୍ଟେସନ ନିକଟରେ ଏହି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଛି। ଖବର ମୁତାବକ ଛତିଶଗଡକୁ ଏହି ସବୁ ପ୍ରବାସୀ ଶ୍ରମିକମାନେ ଫେରୁଥିଲେ । ସକାଳ ସାଢେ ୬ଟାରେ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ପ୍ରବାସୀମାନେ ରେଳଲାଇନ ଦେଇ ଚାଲି ଚାଲି ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଘଟଣା ଆଜି ସମଗ୍ର ଅଞ୍ଚଳରେ ଦୁଃଖର ଛାୟା ଖେଳାଇ ଦେଇଛି ।

Please follow and like us: