ଚୀନ ନୂଆବର୍ଷ ରେ ହିଂସା ; ୧୫ମୃତ

INTERNATIONAL


ବେଜିଂ: ଚୀନ୍‌ର ଉତ୍ତର ପ୍ରଶ୍ଚିମ ପ୍ରଦେଶରେ ଚନ୍ଦ୍ର ନୂଆ ବର୍ଷ ଉତ୍ସବ ପାଳନ ବେଳେ ଏକ ଭୟାନକ କାଣ୍ଡ ଘଟିଛି। ଗାନ୍‌ସୁର ଏକ ଗ୍ରାମରେ ଜଣେ ବକ୍ତିର ଉତ୍ସବ ମନାଉଥିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରିରେ ଆକ୍ରମଣ କରିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି।

ସେହିଭଳି ବାଓଜି ସହରରେ ଜଣେ ବ୍ୟକ୍ତି ତା’ ନିଜ ଭାଇ ଘରେ ନିଆଁ ଲଗାଇ ଦେବାଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ବିଶେଷ ଆଉ କିଛି ହିଂସାତ୍ମକ ଘଟଣା ନଜରକୁ ନ ଆସିଥିଲେ ହେଁ ଉତ୍ସବ ପାଳନ ଅବସରରେ କେତେକ ସ୍ଥାନରେ ଛୋଟମୋଟ ଘଟଣା ଘଟିଥିବାର ଅଶଙ୍କକୁ ଏଡାଇ ଦିଆ ଯାଇନପାରେ ।

Please follow and like us:
error