ଶ୍ରୀଲଙ୍କା ସେନାର ବଡ ସଫଳତା, ୧୫ ସନ୍ଦିଗ୍ଧ ଆଇଏସ ନିହତ

INTERNATIONAL Stay Focused

ଆଜି ଶ୍ରୀଲଙ୍କା ସୈନ୍ୟଙ୍କୁ ମିଳିଛି ବଡ ସଫଳତା । ସେମାନେ ଆଜି ଏକକାଳୀନ ୧୫ ଜଣ ସନ୍ଦିଗ୍ଧ ଆଇଏସ ବନ୍ଧୁକଧାରୀଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ଗୁଳିବିଦ୍ଧ କରିଛନ୍ତି । କଲମ୍ବୋ ସିରିଜ ବିସ୍ଫୋରଣରେ ସେମାନଙ୍କ ସମ୍ପୃକ୍ତି ନେଇ ସନ୍ଦେହରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ଗତ ୨୧ତାରିଖ ରବିବାର ଦିନ ଶ୍ରୀଲଙ୍କାରେ ଇଷ୍ଟର ପର୍ବ ପାଳନ ବେଳେ ବିସ୍ଫୋରଣରେ ୨୫୩ ଜଣ ମୃତ୍ୟୁବରଣ କରିଥିବାବେଳେ ୫୦୦ ରୁ ଉର୍ଦ୍ଧ୍ଵ ଆହତ ହୋଇଥିଲେ । ଆତଙ୍କୀମାନେ ୩ଟି ଚର୍ଚ୍ଚ ଓ ୩ଟି ବଡ ହୋଟେଲରେ ବିସ୍ଫୋରଣ ଘଟାଇ ନରସଂହାର ରଚିଥିଲେ । ବର୍ତ୍ତମାନ ଆମେରିକା କଲମ୍ବୋରେ ଆହୁରି ବିସ୍ଫୋରଣର ଆଶଙ୍କା କରୁଥିବା ସୂଚନା ମିଳିଛି ।

Please follow and like us:
error