ଆଜି ରାଜ୍ୟରେ ୧୨ଟି ଜିଲ୍ଲାରୁ କରୋନାରେ ପ୍ରାଣ ହରାଇଲେ ୧୭ ଜଣ କରୋନା ଆକ୍ରାନ୍ତ

STATE

ରାଜ୍ୟରେ ଆଜି ୧୭ ଜଣ କରୋନା ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି । ଏହା ଫଳରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧୨୧କୁ ବୃଦ୍ଧି ପାଇଛି । ଆଜି ରାଜ୍ୟର ୧୨ଟି ଜିଲ୍ଲାରୁ ୧୭ ଜଣ ପ୍ରାଣ ହରାଇଥିବାବେଳେ ଖୋର୍ଦ୍ଧାରୁ ୫ ଜଣ, କଟକରୁ ୨, ଅନୁଗୁଳ, ବାଲେଶ୍ଵର, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ, ପୁରୀ, ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲାରୁ ଜେନ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି ।

ଖୋର୍ଦ୍ଧାର ୫ ମୃତକ ମଧ୍ୟରୁ ୪ ଜଣ ଭୁବନେଶ୍ବରର ଓ ସେମାନଙ୍କ ମଧ୍ୟରୁ ୨ ଜଣ ୭୦ ଓ ୭୬ ବର୍ଷୀୟ ପୁରୁଷ, ଅନ୍ୟ ୨ ଜଣ ୫୭ ଓ ୭୩ ବର୍ଷିୟା ମହିଳା । ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ଜଣଙ୍କ ୩୭ ବର୍ଷିୟା ମହିଳା । କଟକର ୨ ମୃତକରୁ ଜଣେ ୪୯ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣଙ୍କ ୬୫ ବର୍ଷୀୟା ମହିଳା । ଅନୁଗୁଳର ୫୬, ବାଲେଶ୍ଵରର ୬୯, ଜଗତସିଂହପୁରର ୭୯, କନ୍ଧମାଳର ୫୩, କେନ୍ଦୁଝରର ୭୪, ମୟୂରଭଞ୍ଜର ୫୮, ନୟାଗଡର ୬୬, ପୁରୀର ୭୭, ସମ୍ବଲପୁରର ୭୫ ବର୍ଷୀୟ ପୁରୁଷ ଏବଂ ସୁନ୍ଦରଗଡ ଜିଲ୍ଲାର ରାଉରକେଲାର ୬୪ ବର୍ଷିୟା ମହିଳା କରୋନାରେ ପ୍ରାଣ ହରାଇଛନ୍ତି ।

Please follow and like us: