ଯୁବକଙ୍କ ତଣ୍ଟି କାଟି ହତ୍ୟା ଘଟଣାର ପର୍ଦ୍ଦାଫାସ, ୨ ଗିରଫ

STATE

ସୋରରେ କିଛି ଦିନ ତଳେ ଜଣେ ଯୁବକଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିଲା । ପୋଲିସ ମାମଲାର ତଦନ୍ତ କରୁଥିବାବେଳେ ଆଜି ତାହାର ପର୍ଦ୍ଦାଫାସ ହୋଇଛି । ହତ୍ୟା ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି । ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ସୁଧ କାରବାରକୁ ନେଇ ଯୁବକଜଣଙ୍କୁ ହତ୍ୟା କରାଯାଇଥିଲା । ପ୍ରେସମିଟରେ ଏକଥାର ସୂଚନା ଦେଇଛନ୍ତି ଏସଡ଼ିପିଓ ପ୍ରଭାତ ଚନ୍ଦ୍ର ପାଲ ।

ଉଲ୍ଲେଖଯୋଗ୍ୟ ଯେ ଗତ ୧୦ ତାରିଖରେ ଖନ୍ତାପଡା ଥାନା ଅନ୍ତର୍ଗତ ସାଆନ୍ତ ଛକରେ ଏକ ହତ୍ୟାକାଣ୍ଡ ଘଟିଥିଲା । ସେଠାରେ ପୋଲିସ ଏକ ତଣ୍ଟି କଟାଯାଇ ହତ୍ୟା ହୋଇଥିବା ଯୁବକର ମୃତଦେହ ଉଦ୍ଧାର କରିଥିଲା ଓ ଘଟଣାର ତଦନ୍ତ କରୁଥିଲା ।

Please follow and like us: