ନିଧଡକରେ ୨ ଜଣ ଭାଇଙ୍କୁ ଗୁଳି ମାରି ଫେରାର ହେଲେ ଦୁର୍ବୃତ୍ତ

Stay Focused

ପିଲା ଖେଳ ପରି ଢାଏ ଢାଏ ଗୁଳି ଫୁଟାଇ ଦେଲା ଦୁର୍ବୃତ୍ତ । ତାପରେ ମନଖୁସିରେ ଫେରାର ହୋଇଗଲା ଦୁର୍ବୃତ୍ତ । ତାର ଆଶା ପୂରଣ ହୋଇଛି ଆଉ ଗୁଳି ଠିକ ମଣିଷର ଦେହରେ ବାଜିଛି । ଟିକେ ବି ଅନୁଶୋଚନା ନାହିଁ କି ଡରଭୟ ନାହିଁ । ଆଇନର ନାଲି ଆଖିକୁ ତାର ଭୃକ୍ଷେପ ନାହିଁ ।

ରାଇରଙ୍ଗପୁର ସହର ଭିତରେ ଘଟିଛି ଏପରି ଏକ ଅଘଟଣ । ସହର ଭିତରେ ଦୁଇ ଜଣ ଭାଇଙ୍କୁ ଗୁଳି କରିଛନ୍ତି ଦୁର୍ବୃତ୍ତ । ଜଣଙ୍କ ଛାତିରେ ଗୁଳି ବାଜିଥିବାବେଳେ ଅନ୍ୟ ଜଣଙ୍କ କନ୍ଧରେ ଗୁଳି ବାଜିଛି । ଟାଉନ ଥାନା ଲିଙ୍କ ରୋଡରେ ୨ ଜଣ ଦୁର୍ବୃତ୍ତ ଦୁଇଜଣ ବ୍ୟବସାୟୀ ଭାଇଙ୍କୁ ଗୁଳି ମାରି ସଙ୍ଗେ ସଙ୍ଗେ ଫେରାର ହୋଇଯାଇଛନ୍ତି । ଗୁଳିମାଡ ଖାଇଥିବା ୨ ଭାଇ ହେଉଛନ୍ତି ଧାନ ବ୍ୟବସାୟୀ । ଦୁଇଜଣଙ୍କ ନାମ ଦୟାଶଙ୍କର ସାଏ ଓ ଗୌରିଶଙ୍କର ସାଏ । ଦୁହିଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Please follow and like us:
error