କରୋନା ପୁଣି ନେଲା ଆଜି ରାଜ୍ୟରେ ଦୁଇଟି ଜୀବନ, ମୋଟ ୨୩ ଜଣଙ୍କ କରୋନାରେ ଜୀବନ ଗଲା

STATE

ଆଜି ପୁଣି ରାଜ୍ୟରେ ଦୁଇଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଦୀପ ଲିଭିଗଲା । ଫଳରେ ରାଜ୍ୟରେ କରୋନା ସଙ୍କରମାନରେ ମୃତ୍ୟୁସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗ । ତେବେ ଏହା ବ୍ଯତୀତ ଆଉ ୭ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣ ଯାଇଛି, ହେଲେ ସେମାନେ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି ।

କରୋନାରେ ଜୀବନ ଚାଲିଯାଇଥିବା ଦୁଇ କରୋନା ଆକ୍ରାନ୍ତ ବ୍ୟକ୍ତି ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ସେମାନଙ୍କ ମଧ୍ୟରୁ ଜଣଙ୍କର ବୟସ ୪୮ ବର୍ଷ ହୋଇଥିବାବେଳେ ଅନ୍ୟ ଜଣଙ୍କର ବୟସ ୫୨ ବର୍ଷ । ଦୁହେଁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ଆଜିର ଦୁଇ ବ୍ୟକ୍ତିଙ୍କୁ ମିଶାଇ ଗଞ୍ଜାମରେ କେବଳ କରୋନାଜନିତ ମୃତ୍ୟୁ ୧୨ରେ ପହଞ୍ଚିଛି । ଏହା ପଛକୁ ଅଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାରେ ୫ ଜଣ କରୋନାରେ ପ୍ରାଣ ହରାଇଥିବାବେଳେ କଟକରୁ ୪ ଜଣ, ପୁରୀ ଓ ବରଗଡରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

Please follow and like us: