odisha infocus

ଟ୍ରକ ଧକ୍କାରେ ଛୁଆ ହାତୀ ସହ ୨ ମୃତ

STATE

କେନ୍ଦୁଝର ଅଞ୍ଚଳରେ ଜୀବଜନ୍ତୁଙ୍କ ଜୀବନ ନିରାପଦ ନଥିବା ସୂଚନା ମିଳିଛି । ବେପରୁଆ ଗାଡି ଚାଳନା ଯୋଗୁ ୨ଟି ହାତୀ ମୃତ୍ୟୁ ବରଣ କରିଥିବାବେଳେ ଗୋଟିଏ ହାତୀ ଗୁରୁତର ହୋଇଛି । ଗତକାଲି ବିଳମ୍ବିତ ରାତ୍ରିରେ ଘଟଗାଁ ରେଞ୍ଜ ବାଲିଯୋଡି ନିକଟରେ ଦୁଇଟି ଟ୍ରକ ଆସି ରାସ୍ତା ପାର ହେଉଥିବା ହାତୀପଲଙ୍କୁ ଧକ୍କା ଦେଇଥିଲା ।

loading...

ଧକ୍କା ଦେଇଥିବା ୨ଟି ଟ୍ରକ ମଧ୍ୟରୁ ଗୋଟିଏ ଟ୍ରକ ତଳକୁ ଖସି ପଡିଥିବାବେଳେ ଅନ୍ୟ ଟ୍ରକ ସହ ଡ୍ରାଇଭର ଫେରାର ହୋଇଯାଇଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଘଟଣାସ୍ଥଳରେ ଖସିପଡି ଥିବା ଟ୍ରକଟିକୁ ଜବତ କରିଛି । ଗୁରୁତର ହାତୀକୁ ଚିକିତ୍ସା ପାଇଁ ରାସ୍ତା କଡକୁ ଅଣାଯାଇଛି ।

Please follow and like us:
error
loading...