ନକ୍ସଲ ହମଲାରେ କନେଷ୍ଟବଳ ସମେତ ୨ ମୃତ

NATIONAL

ବହୁ ଦିନର ବିରାମ ପରେ ପୁଣି ଦେଖାଦେଇଛି ନକ୍ସଲ ହମଲା । ଝାଡଖଣ୍ଡରେ ଆଜି ନକ୍ସଲ ଆକ୍ରମଣଏ ଜଣେ କନେଷ୍ଟବଳ ପ୍ରାଣ ହରାଇଛନ୍ତି । ତାଙ୍କ ସହିତ ଆଉ ଜଣେ ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ସୂଚନା ମିଳିଛି ।

କରେଇକେଳା ଥାନା ଅଞ୍ଚଳରେ ଆଜି ନକ୍ସଲମାନେ ଆଖିବୁଜା ଗୁଳି ଚଳାଇଥିଲେ । ସୂଚନା ଅନୁଯାୟୀ ସେମାନେ ଜଣଙ୍କ ଘରେ ଛପି ରହି ଗୁଳି ଚାଳନା କରିଥିଲେ । ତେଣୁ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏ ସଂବାଦ ଲେଖା ହେବା ପର୍ଯ୍ୟନ୍ତ କୌଣସି ନକ୍ସଲ ଧରାପଡିନଥିଲେ ।

Please follow and like us: