୨ ନାବାଳିକା ପୋଖରୀ ରେ ବୁଡି ଚାଲିଗଲେ ଆର ପାରିକୁ

STATE

କେନ୍ଦୁଝରର ସୋସୋ ଥାନା ଅନ୍ତର୍ଗତ ମଧୁବନ ଗାଁରେ ଘଟିଛି ଦୁଃଖଦ ଘଟଣା । ଗାଁ ପୋଖରୀରେ ଗାଧୋଉଥିଲେ ୨ଜଣ ନାବାଳିକା । କିନ୍ତୁ କେମିତି କେଜାଣି ପାଣି ଭିତରକୁ ଚାଲିଗଲେ । ହେଲେ ସେମାନଙ୍କୁ ଉଦ୍ଧାର କରିବା ବେଳକୁ ସେମାନଙ୍କ ଦେହରେ ଆଉ ପ୍ରାଣ ନଥିଲା । ସେ ଦୁହେଁ ହେଲେ ସୁନୀତା ମହାକୁଡ ଓ ଅନସୂୟା ନାୟକ । 

କାଳେ ସେମାନେ ବଞ୍ଚିଥିବେ ବା ବଞ୍ଚି ଯାଇପାରିବେ ବୋଲି ଆଶା କରି ପରିବାର ଲୋକେ ଡ଼ାକ୍ତରଖାନା ନେଉଥିଲେ । କିନ୍ତୁ ଦୁର୍ଭାଗ୍ୟକୁ ବାଟରେ ପୁରୁଣାପାଣି ନିକଟରେ ତାଙ୍କ ଅଟୋ ଓଲଟି ପଡିଲା । ପରିବାରର ୪ ଜଣ ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । 

 

Please follow and like us:
error