ରାଜ୍ୟରେ ଆଉ ୨ ଟି ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୫ ଛୁଇଁଲା

STATE

ଭୁବନେଶ୍ୱର : ରାଜ୍ୟରେ ଆଉ ୨ ଟି ମୁଣ୍ଡ ନେଲା ମହାମାରୀ କରୋନା ଭାଇରସ । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୫ ଛୁଇଁଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି କରୋନାରେ ମୃତ୍ୟୁ ଘଟିଥିବା ଜଣେ ୨ ଜଣ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସ୍ପଷ୍ଟ ହୋଇଛି । ତେବେ ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୪୮ ବର୍ଷୀୟ ମହିଳା । ଅନ୍ୟଜଣେ ମଧ୍ୟ ଗଞ୍ଜାମ ଜିଲ୍ଲାର ୩୯ ବର୍ଷୀୟ ମହିଳା।

କରୋନା ମହାମାରୀରେ ସଂକ୍ରମଣ ହୋଇ ଦୁହେଁ କୋଭିଡ ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା । କିଛି ଦିନ ତଳେ ସେ ଉଭୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ଶରୀରରେ ଅନେକ ଗମ୍ଭୀର ସମସ୍ୟା ରହିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସେହିଭଳି ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫ କୁ ବୃଦ୍ଧି ପାଇଛି । ପୂର୍ବରୁ ରାଜ୍ୟରେ ୨୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା ।

Please follow and like us: