ଚଳିତ ବର୍ଷ ହେବନାହିଁ ଟ୍ୱେଣ୍ଟି-୨୦ ବିଶ୍ୱକପ !

SPORTS

ନୂଆଦିଲ୍ଲୀ : ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟ୍ୱେଣ୍ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବାର ଥିଲା। ମାତ୍ର କରୋନା ଭୂତାଣୁ କାରଣରୁ ଏହି ବଡ ଆଇସିସି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି। ଏହାକୁ ଆଗାମୀ ବର୍ଷ ୨୦୨୧ ମେ ୨୬ ରୁ ୨୮ରେ ଆୟୋଜନ କରାଯିବ। ଏନେଇ ଖୁବଶୀଘ୍ର ଆନୁଷ୍ଠାନିକ ଭାବେ ଘୋଷଣା କରାଯିବାର ସୂଚନା ମିଳିଛି। ତେବେ ଟ୍ୱେଣ୍ଟି-୨୦ ବିଶ୍ୱକପକୁ ସ୍ଥଗିତ ରଖାଯିବାରୁ ଆଇପିଏଲ-୨୦୨୦ର ଆୟୋଜନ ହେବାକୁ ନେଇ ସମ୍ଭାବନା ଦେଖାଦେଇଛି।

ଅଷ୍ଟ୍ରେଲିଆରେ ହେବାକୁ ଥିବା ୨୦୨୦ ଟ୍ୱେଣ୍ଟି-୨୦ ବିଶ୍ୱକପକୁ ସ୍ଥଗିତ ରଖିବାର ସବୁଠାରୁ ବଡ କାରଣ ହେଉଛି କରୋନା ଭୂତାଣୁ ମହାମାରୀ। କୋଭିଡ -୧୯କୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ୩୦ସେପ୍ଟେମ୍ବର ପର୍ୟ୍ୟନ୍ତ ବିମାନ ଚଳାଚଳ ସ୍ଥଗିତ ରଖିଛି ଏବଂ ଏହାର ଅନ୍ତର୍ଜାତୀୟ ସୀମାକୁ ସିଲ୍ କରିଛି। ଯଦି ମ୍ୟାଚ୍ ବିନା ଦର୍ଶକରେ ଅନୁଷ୍ଠିତ ହୁଏ ତେବେ କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟ ରାଜସ୍ୱ ଅର୍ଜନ କରିପାରିବ ନାହିଁ।

Please follow and like us: