ଜଣେ ଏନଡ଼ିଆରଏଫ ଯବାନ ପଜିଟିଭ, ରାଜ୍ୟରେ ଆଜି ମୋଟ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ

STATE

ଆଜି ରାଜ୍ୟରେ ୨୧ଟି ଜିଲ୍ଲାରୁ ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାଙ୍କ ମଧ୍ୟରୁ ୧୯୨ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବାବେଳେ ସ୍ଥାନୀୟ ସଂସ୍ପର୍ଶ ଜନିତ ୧୪ ଜଣ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଜଣାପଡିଛି । ମୋଟ ସଂକ୍ରମିତ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଥିବାବେଳେ ସୁସ୍ଥ ସଂଖ୍ୟା ୪୯୪୬କୁ ବୃଦ୍ଧି ପାଇଛି । ୨୦୮୭ ଜଣ ସକ୍ରିୟ ଆକ୍ରାନ୍ତ ରାଜ୍ୟର ବିଭିନ୍ନ ହସ୍ପିଟାଲଗୁଡିକରେ ଚିକିତ୍ସିତ ହେଉଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩ ଥିବାବେଳେ ଅନ୍ୟ ୭ ଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି ।

ଆଜିର ମୋଟ ସଂକ୍ରମିତ ୨୦୬ରୁ ମାଲକାନଗିରିରୁ ସର୍ବାଧିକ ୩୬ ଜଣ ଚିହ୍ନଟ ହୋଇଛନ୍ତି । ଏହା ବାଦ ଯାଜପୁରରୁ ୨୮, କୋରାପୁଟ ଓ କଟକରୁ ୧୮ ଜଣ ଲେଖାଏଁ,  ଜଗତସିଂହପୁରରୁ ୧୭ ଜଣ , ବଲାଙ୍ଗିରରୁ ୧୬ ଜଣ, ଦେବଗଡରୁ ୧୫, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାରୁ ୭ ଜଣ ଲେଖାଏଁ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାରୁ ୬ ଜଣ ଲେଖାଏଁ, ବାଲେଶ୍ଵରରୁ ୫ ଜଣ, କେନ୍ଦ୍ରାପଡା, ଢେଙ୍କାନାଳ, ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରୁ ୪ ଜଣ ଲେଖାଏଁ, ଗଞ୍ଜାମ, ଝାରସୁଗୁଡା ଜିଲ୍ଲାରୁ ୩ ଜଣ ଲେଖାଏଁ, ସୁନ୍ଦରଗଡରୁ ୨ ଜଣ ଏବଂ ନୟାଗଡ ଓ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ଛଡା ରାଜ୍ୟରେ ଆଉ ଜଣେ ଏନଡ଼ିଆରଏଫ ଯବାନ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଅମ୍ପନ ପୁନରୁଦ୍ଧାର କାମରେ ପଶ୍ଚିମବଙ୍ଗ ଯାଇଥିଲେ ।

Please follow and like us: