ରାଜ୍ୟରେ ଆଜି ୨୧୯୬ ନୂଆ ପଜିଟିଭ ଚିହ୍ନଟ, ମୋଟ ସଂକ୍ରମିତ ସଂଖ୍ୟା ୨,୬୬,୩୪୫କୁ ବୃଦ୍ଧି

STATE

ଆଜି ବି ରାଜ୍ୟରେ ୨୧୯୬ ଜଣ ନୂଆ କରୋନା ପଜିଟିଭ ରାଜ୍ୟର ମୋଟ ୩୦ ଜିଲ୍ଲାରୁ ଗୋଟିଏ ଜିଲ୍ଲାକୁ ଛାଡି ୨୯ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆଜି ଦେବଗଡ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ତେବେ ୧୨୭୪ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୯୨୨ ଜଣ ଲୋକାଲ କେସ ବୋଲି ଜଣାପଡିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୬୬ ହଜାର ୩୪୫କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ମୋଟ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୪୧ ହଜାର ୩୮୫ ଜଣ । କିନ୍ତୁ ୨୩ ହଜାର ୭୮୬ ଜଣ ସକ୍ରିୟ ଆକ୍ରାନ୍ତ ଏବେ ବି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କରୋନାରେ ଏ ପର୍ଯ୍ୟନ୍ତ ୧୧୨୧ ଜଣ ପ୍ରାଣ ହରାଇଛନ୍ତି ।

୨୧୯୬ ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୯, କଟକରୁ ୧୭୫, ସୁନ୍ଦରଗଡରୁ ୧୪୦, ମୟୂରଭଞ୍ଜରୁ ୧୧୯, ଯାଜପୁରରୁ ୧୧୩, ନୂଆପଡାରୁ ୧୦୮, ଅନୁଗୁଳରୁ ୧୦୭, ବାଲେଶ୍ଵରରୁ ୧୦୪, କଳାହାଣ୍ଡିରୁ ୯୪, ଜଗତସିଂହପୁରରୁ ୮୬, କେନ୍ଦ୍ରାପଡାରୁ ୮୨, ବରଗଡରୁ ୮୦, ପୁରୀରୁ ୭୭, ବଲାଙ୍ଗିର ଓ ଝାରସୁଗୁଡାରୁ ୭୧ ଜଣ ଲେଖାଏଁ, ସୋନପୁରରୁ ୭୦, କେନ୍ଦୁଝରରୁ ୬୭, ନବରଙ୍ଗପୁର ଓ ଷ୍ଟେଟ ପୁଲରୁ ୫୦ ଜଣ ଲେଖାଏଁ, ମାଲକାନଗିରିରୁ ୩୮, ସମ୍ବଲପୁରରୁ ୩୭, କନ୍ଧମାଳରୁ ୩୪, ଢେଙ୍କାନାଳରୁ ୩୩, ବୌଦ୍ଧରୁ ୩୨, କୋରାପୁଟରୁ ୨୯, ନୟାଗଡରୁ ୨୦, ଭଦ୍ରକରୁ ୧୬,ରାୟଗଡାରୁ ୧୪, ଗଞ୍ଜାମରୁ ୧୩ ଓ ଗଜପତିରୁ ୭ ଜଣ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Please follow and like us: