ରାଜ୍ୟରେ ଆଜି ସୁସ୍ଥ ହେଲେ ୨୪୩, ମୋଟ ସୁସ୍ଥ ସଂଖ୍ୟା ୫୧୮୯କୁ ବୃଦ୍ଧି

STATE

ଆଜି ରାଜ୍ୟରେ ୨୪୩ ଜଣ ମହାମାରୀ କରୋନା କବଳରୁ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ସୂଚନା କିଆଯାଇଛି । ଆଜିର ୨୪୩ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୫୧୮୯କୁ ବୃଦ୍ଧି ପାଇଛି । ଆଜି ରାଜ୍ୟର ୧୭ଟି ଜିଲ୍ଲାରୁ ଉକ୍ତ ୨୪୩ ଜଣ ସୁସ୍ଥ ହୋଇଥିବା ଜଣାପଡିଛି ।

୨୪୩ ଜଣଙ୍କ ମଧ୍ୟରୁ ଗଜପତିରୁ ସର୍ବାଧିକ ୫୯ ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ ରହିଛି ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା । ଗଞ୍ଜାମରୁ ୪୧, ଖୋର୍ଦ୍ଧାରୁ ୩୮, ଝାରସୁଗୁଡାରୁ ୧୫, ସୁନ୍ଦରଗଡରୁ ୧୦, ଭଦ୍ରକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରୁ ୮ ଜଣ ଲେଖାଏଁ, କୋରାପୁଟରୁ ୭, ବରଗଡ ଓ ମୟୂରଭଞ୍ଜ ଜିଲ୍ଲାରୁ ୬ଜଣ ଲେଖାଏଁ, ଜଗତସିଂହପୁରରୁ ୫, କଟକ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ବାଲେଶ୍ଵରରୁ ୨ ଓ କଳାହାଣ୍ଡି ଜିଲ୍ଲାରୁ  ଜଣେ କରୋନା କବଳରୁ ସୁସ୍ଥ ହୋଇଛନ୍ତି

Please follow and like us: