ଇଣ୍ଡୋନେସିଆରେ ଭୋଟଗଣତି ବେଳେ ୨୭୦ଜଣ ମୃତ

INTERNATIONAL

ଜାକର୍ତ୍ତା : ୧୦ ଦିନ ପୂର୍ବେ ହୋଇଥିବା ଇଣ୍ଡୋନେସିଆ ନିର୍ବାଚନର ବାଲଟ ପେପର ହାତରେ ଗଣିବା ସମୟରେ ୨୭୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେମାନେ ପ୍ରବଳ କାର୍ଯ୍ୟ ଚାପ ଏବଂ ବିଶ୍ରାମ ନଥାଇ କାମ କରିବାରୁ ପ୍ରାଣ ହରାଇଥିବା କୁହାଯାଉଛି। ଏପ୍ରିଲ ୧୭ରେ ରାଷ୍ଟ୍ରପତି ଏବଂ ସଂସଦ ପାଇଁ ହୋଇଥିବା ନିର୍ବାଚନରେ ମୋଟ ୨୬ କୋଟିରୁ ୧୯.୩ କୋଟି ଭୋଟର ମତଦାନ କରିଥିଲେ। ଆଠ ଲକ୍ଷ ବୁଥ’ରେ ପ୍ରତି ଭୋଟରଙ୍କ ପାଇଁ ୫ଟି ବାଲଟ ପେପର୍ ପ୍ରସ୍ତୁତ କରାଯାଇଥିଲା।

ଏହି ବାଲଟ ପେପର୍ ଗଣତି ବେଳେ ଶନିବାର ସୁଦ୍ଧା ୨୭୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଭୋଟଗଣତି ପ୍ରକ୍ରିୟାରେ ୧୮୭୮ ଜଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବା ମଧ୍ୟ ଜଣାପଡିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ନିୟୋଜିତ କର୍ମଚାରୀଙ୍କୁ ଉଚିତ ସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଜାରି କରିଥିବା ବେଳେ ଅର୍ଥ ମନ୍ତ୍ରୀ ମୃତକଙ୍କ ପାଇଁ ଆର୍ଥିକ ସହାୟତାର ବ୍ୟବସ୍ତା କରୁଥିବା ସୂଚନା ଦିଆଯାଇଛି।

Please follow and like us: