odisha infocus

ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ, ମତଦାନ ଆରମ୍ଭ

STATE

ଆଜି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ସକାଶେ ୯୧୧୭ଟି ମତଦାନ କେନ୍ଦ୍ରରେ ମତଦାନ ଆରମ୍ଭ ହୋଇଯାଇଛି । ମତଦାନ କେନ୍ଦ୍ରଗୁଡ଼ିକରେ ସକାଳୁ ସକାଳୁ ଲମ୍ବା ଧାଡି ଦେଖିବାକୁ ମିଳିଛି । ଆଜି ହେଉଛି ଓଡିଶାର ୫ ଲୋକସଭା ଓ ୩୫ଟି ବିଧାନସଭା ନିମନ୍ତେ ୯୧୧୭ ମତଦାନ କେନ୍ଦ୍ରରେ ମତଦାନ । ମାଓପ୍ରବଣ ଜିଲ୍ଲା ଓ ସଂବେଦନଶୀଳ ବୁଥର ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ୭୪୮ଟି ବୁଥରେ ନିୟୋଜିତ ଅଛନ୍ତି ସିଆରପିଏଫ ଯବାନ । ଆଜିର ନିର୍ବାଚନ ନିମନ୍ତେ ପ୍ରାୟ ୭୭ ଲକ୍ଷ ଭୋଟର ୨୭୯ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣୟ କରିବେ । ଆଜି ନବୀନ, ନରସିଂହ, କନକବର୍ଦ୍ଧନ ଓ ଜୁଏଲ ଆଦି ହେବିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ ।

ତେବେ ସଦ୍ୟପ୍ରାପ୍ତ ସଂବାଦ ଅନୁସାରେ ଲୋଇସିଂହାର ୨ଟି ବୁଥରେ ଭୋଟରମାନେ ଭୋଟ ବର୍ଜନ କରିଛନ୍ତି । ଭୋଟ ବର୍ଜନ କରିଛନ୍ତି ବବଜା ଓ ଜଙ୍କରିଅ ଗାଁ ଲୋକେ । ଭୋଟରମାନେ ମତଦାନ କେନ୍ଦ୍ର ଦୂର ହୋଇଥିବାରୁ ପ୍ରତିବାଦରେ ଭୋଟ ବର୍ଜନ କରିଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟରେ ବାତିଲ ହୋଇଥିବା ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ଏମପିଭି-୬୫ ଓ ବ୍ରହ୍ମପୁର ସିଟି ହାଇସ୍କୁଲ-୨ ବୁଥରେ ପୁନଃ ମତଦାନ ନିଆଯିବ ।

Please follow and like us: