ଓଲଟିପଡିଲା ଆମ୍ବୁଲାନ୍ସ, ୩ ଗୁରୁତର

STATE

ଏକ ଆମ୍ବୁଲାନ୍ସରେ ଶବ ନେଇ ଯାଉଥିବା ପରିବାର ଲୋକେ ଏକ ସାଂଘାତିକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ବାଟରେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ଓଲଟି ପଡିଥିଲା । ଆମ୍ବୁଲାନ୍ସ ଭିତରେ ଥିବା ମୃତକଙ୍କ ସ୍ତ୍ରୀ, ପୁଅ ଓ ଝିଅ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆମ୍ବୁଲାନ୍ସଟି ଏନଏଚ-୧୬ ଦେଇ ଆସୁଥିବାବେଳେ ଭଣ୍ଡାରୀପୋଖରୀ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଆମ୍ବୁଲାନ୍ସ କଟକରୁ ଏକ ମୃତଦେହ ନେଇ ଧାମନଗର କୋରୁଆ ଗୋବିନ୍ଦପୁରକୁ ଆସୁଥିଲା ବୋଲି ସୂଚନା ମିଳିଛି ।

Please follow and like us:
error