ଭୁବନେଶ୍ଵରରେ କେବଳ ୩୨ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

STATE

ଆଜି ରାଜ୍ୟରେ ୫୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ଵରରେ ୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣ କ୍ଵାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ୧୮ ଜଣ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର । ଲୋକାଲ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ତାହା ରାଜ୍ୟ ସରକାରଙ୍କର ଚିନ୍ତାର କାରଣ ପାଲଟିଛି ।

ଜଣେ ନୟାପଲ୍ଲୀ ଆଇଆରସି ଭିଲେଜରୁ, ଅନ୍ୟ ଜଣେ ବ୍ରିଟ କଲୋନୀରୁ, ଜଣେ ଆକ୍ରାନ୍ତ ଭୀମଟାଙ୍ଗୀ ପିପୁଲ୍ସ ବସ୍ତିରୁ ଚିହ୍ନଟ ହୋଇଛନ୍ତି । ଜଣେ ଆକ୍ରାନ୍ତ ଚନ୍ଦ୍ରଶେଖରପୁର ଗୋପବନ୍ଧୁ ସ୍କୁଲ ପାଖରୁ, ଜଣେ କେନ୍ଦ୍ରୀୟ ହସ୍ପିଟାଲ କର୍ମଚାରୀ, ୟୁନିଟ-୨ ମାର୍କେଟ ବିଲଡିଙ୍ଗ ନିକଟରୁ ୨ ଜଣ, ବରମୁଣ୍ଡା ଅଞ୍ଚଳରୁ ଜଣେ, ଗଙ୍ଗନଗର ଅଞ୍ଚଳରୁ ଜଣେ, ନୟାପଲ୍ଲୀ ନୂଆସାହିରୁ ଜଣେ, ନୂଆଗାଁ ପେଟ୍ରୋଲ ପମ୍ପ ପାଖରୁ ୨ ଜଣ, ବାପୁଜୀନଗର ଶିଶୁ ଭବନ ଛକ ପାଖରୁ ଜଣେ, ଜୟଦେବ ବିହାର ସାଲିଆ ସାହିରୁ ଜଣେ, ନଖରା ବାଲିଅନ୍ତାରୁ ଜଣେ, ଭରତପୁର ଗଣେଶ ମନ୍ଦିର ପାଖରୁ ଜଣେ, ରସୁଲଗଡରୁ ଜଣେ, ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଶାମପୁର ଭିଲେଜରୁ ଜଣେ ଚିହ୍ନଟ ହୋଇଛନ୍ତି । ତେବେ ଭୁବନେଶ୍ଵରରେ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ବିଏମସି ସୂଚନା ଦେଇଛି ।

Please follow and like us: