ଯାନ୍ତ୍ରିକ ତ୍ରୁଟି ଓ ଅସହ୍ୟ ଖରା ଗରମ ସତ୍ତ୍ୱେ ଦିନ ୧ଟା ସୁଦ୍ଧା ୩୫ ପ୍ରତିଶତ ମତଦାନ

STATE

ଆଜି ରାଜ୍ୟରେ ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଦେଶର ୯ଟି ରାଜ୍ୟର ୭୧ଟି ଲୋକସଭା ଆସନ ପାଇଁ ଭୋଟିଂ ଚାଲୁଥିବାବେଳେ ଓଡିଶାର ୬ଟି ଲୋକସଭା ଓ ୪୧ଟି ବିଧାନସଭା ଆସନ ପାଇଁ ଆଜି ସକାଳୁ ରାଜ୍ୟରେ ମତଦାନ ଆରମ୍ଭ ହୋଇଯାଇଛି ।

ସକାଳୁ ବିଭିନ୍ନ ସ୍ଥାନରେ ବୁଥ ସାମନାରେ ଲମ୍ବ ଧାଡି ଦେଖିବାକୁ ମିଳିଛି । ତେବେ ଅନେକ ସ୍ଥାନରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ମତଦାନ ଭଳି ଆଜି ମଧ୍ୟ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଛି । ତେଣୁ ସେସବୁ ସ୍ଥାନମାନଙ୍କରେ ମତଦାନ ଦେବାରେ ଅହେତୁକ ବିଳମ୍ବ ଘଟିଛି ।

ଏଣେ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ଲୋକେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ହନ୍ତସନ୍ତ ହେଉଛନ୍ତି । ଦିନ ୧୦ଟା ପରେ ଘରୁ ବାହାରିବା ବଡ ଯନ୍ତ୍ରଣାଦାୟକ ହେଉଛି । ତେଣୁ ଦିନ ୧୦ଟା ପରେ ମତଦାନ କରିବାରେ ମନ୍ଥର ଗତି ପରିଲକ୍ଷିତ ହେବ ସ୍ଵାଭାବିକ । ତଥାପି ଦିନ ୧ଟା ସୁଦ୍ଧା ୩୫ ପ୍ରତିଶତ ମତଦାନ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ତେବେ ଆଶା କରାଯାଉଛି ଯେ ଅପରାହ୍ନ ୩ଟା ପରେ ମତଦାନ ବୃଦ୍ଧି ପାଇବ ଯାହା ଫଳରେ ମତଦାନ ହାରରେ ବିଶେଷ ବୃଦ୍ଧି ପରିଲକ୍ଷିତ ହେବ ।

Please follow and like us: