Medicine

ଚାକିରି କରାଇଦେବି କହି ଲୋକଙ୍କୁ ଠକୁଥିବା ଦଲାଲ ଗିରଫ

STATE

ଝାରସୁଗୁଡାରେ ବଡମାଳ ପୋଲିସ ୪ ଜଣ ଠକଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ୪ ଜଣ ଠକ ଚାକିରି ଅନ୍ଵେଷୀ ଯୁବକଙ୍କୁ ଚାକିରି କରେଇଦେବା ନାଁରେ ଠକୁଥିଲେ । ସେମାନଙ୍କଠାରୁ ଚାକିରି କରେଇଦେବାକୁ ଟଙ୍କା ଲୁଟୁଥିଲେ ।

loading...

ଗିରଫ ହୋଇଥିବା ଠକଙ୍କଠାରୁ ପୋଲିସ ଏକ କାର, ୫୪ ହଜାର ଟଙ୍କା ଜବତ କରିଛି । ସେମାନଙ୍କ ନିକଟରୁ ୪୦/୫୦ ଜଣ ଯୁବକଙ୍କ ବାୟୋଡାଟା ମଧ୍ୟ ଜବତ କରିଛି । ଅଭିଯୁକ୍ତ ୪ ଜଣଙ୍କୁ ପୋଲିସ ବେଦାନ୍ତ ଗେଟ ସମ୍ମୁଖରୁ ଗିରଫ କରିଛି। ବେଦାନ୍ତରେ ଚାକିରି କରେଇଦେବାକୁ କହି ଅଭିଯୁକ୍ତମାନେ ଟଙ୍କା ଲୁଟୁଥିଲେ ।

Please follow and like us:
error
loading...