Odisha Infocus

୪ ଓଡିଆ ଝିଅ ପାଇଲେ ମହିଳା ହକି ତାଲିକାରେ ସ୍ଥାନ

SPORTS

ଓଡିଶାବାସୀଙ୍କ ପାଇଁ ଖୁସି ଖବର । ୪ଜଣ ଓଡିଆ ଝିଅ ଜାତୀୟ ମହିଳା ହକି ତାଲିକାରେ ସ୍ଥାନ ପାଇଛନ୍ତି । ଜୁଲାଇ ୧୫ ତାରିଖରୁ ବେଙ୍ଗଲୁରୁରେ ଅନୁଷ୍ଠିତ ହେବାକୁ ଯାଉଛି ଜାତୀୟ ମହିଳା ହକି ଶିବିର । ୩୩ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକାରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି ୪ ଜଣ ଓଡିଆ ଝିଅ । ତେଣୁ ଖେଳପ୍ରେମୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

loading...

ଯେଉଁ ୪ ଜଣ ଝିଅ ମନୋନୀତ ହୋଇଛନ୍ତି, ସେମାନେ ହେଲେ ଦୀପଗ୍ରେସ ଏକ୍କା, ସୁନିତା ଲକ୍ରା, ଲିଲିମା ମିଞ୍ଜ ଓ ରଶ୍ମିତା ମିଞ୍ଜ । ଅଗଷ୍ଟ ୧୦ ପର୍ଯ୍ୟନ୍ତ ଉକ୍ତ ଶିବିର ଚାଲିବ । ଶିବିର ପରେ ଦଳ ଜାପାନ ଯିବ । ଅଗଷ୍ଟ ୧୭ରୁ ୨୦୨୦ ଅଲିମ୍ପିକ୍ସ ପାଇଁ ସେଠାରେ ଟେଷ୍ଟ ଇଭେଣ୍ଟ ହେବ । ଟେଷ୍ଟ ଇଭେଣ୍ଟରେ ଭାଗନେବେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଚୀନ ।

Please follow and like us:
error
loading...