୪୦ ପିଲା ବଞ୍ଚିଗଲେ ମୃତ୍ୟୁ ମୁଖରୁ

STATE

ଅତି ଅଳ୍ପକରେ ଏକ ବଡ ଦୁର୍ଘଟଣା ଏଡି ଯାଇଛି । ନହେଲେ ମିଳିଥାନ୍ତା ପ୍ରାୟ ୪୦ ଜଣ ପିଲାଙ୍କର ଦୁଃଖଦ ଖବର । ଖାଲି ଦୁର୍ଘଟଣା ଘଟିବାକୁ ଥିବା ଆନନ୍ଦପୁର ନୁହେଁ, ସମଗ୍ର ଓଡିଶାରେ ଚହଳ ପକାଇଥାନ୍ତା ଏହି ଦୁର୍ଘଟଣା । ଅତି ଅଳ୍ପକେ ୪୦ ଜଣ ସ୍କୁଲ ପିଲା ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଛନ୍ତି ।

ଆନନ୍ଦପୁରରେ ଏନଏଚ-୨୦ ଗୋହିରା ଛକ ପାଖରେ ଏକ ସ୍କୁଲ ବସ ଯାଉଥିବାବେଳେ ଏକ ଟ୍ରକ ହଠାତ ଦ୍ରୁତ ଗତିରେ ଆସି ପଛ ପଟରୁ ବସଟିକୁ ଜୋରରେ ଧକ୍କା ଦେଲା । ସ୍କୁଲ ବସରେ ବସିଥିଲେ ୪୦ ଜଣ ସ୍କୁଲ ପିଲା ।  କିନ୍ତୁ ଭଗବାନଙ୍କ ଅପାର କରୁଣାରୁ ବସଟିର କୌଣସି କ୍ଷତି ଘଟି ନାହିଁ ଓ ସମସ୍ତ ସ୍କୁଲ ପିଲା ନିରାପଦ ଅଛନ୍ତି ।

Please follow and like us:
error