ଭୁବନେଶ୍ଵର ଛାତିରେ ଜଳୁଛି କରୋନା ନିଆଁ, ଦିନକରେ ୪୫ ପଜିଟିଭ ଚିହ୍ନଟ

STATE

କରୋନା କବଳରେ ସାରା ଓଡିଶା ଛଟପତ ହେଉଥିବାବେଳେ ରାଜଧାନୀରେ ମଧ୍ୟ ତାର କରାଳ ରୂପ ଦେଖିବାକୁ ମିଳିଛି । ଓଡିଶାରେ ଆଜି ୪୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ଵରରେ ଆଜି ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୪୫ ଜଣ ମଧ୍ୟରୁ ୩୭ କ୍ଵାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ୮ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

ଆଜି ମଞ୍ଚେଶ୍ଵର ପ୍ରତିଦିନ ଅଫିସ ନିକଟରୁ ଆଉ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପରି ସମନ୍ତରାପୁର ନୂଆଗାଁରୁ ଆଉ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲର ୩ ଜଣ କର୍ମଚାରୀ ମଧ୍ୟ କରୋନା ପଜିଟିଭ । ମୈତ୍ରୀ ବିହାରରୁ ଜଣେ, ଆଇଗିଣିଆରୁ ଜଣେ, ସତ୍ୟନଗରରୁ ଜଣେ, ମଞ୍ଚେଶ୍ଵର ଆଲିଙ୍ଗ ବେକେରୀ ନିକଟରୁ ୩ ଜଣ, କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲର ୪ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ଏହା ବାଦ ସହିଦନଗର, ଭରତପୁର, ହଂସପାଳ, ଚକେଇସିଆଣି, ଲକ୍ଷ୍ମୀସାଗର, ୟୁନିଟ-୪, ଅଶୋକ ନଗର, ବରମୁଣ୍ଡ, ଓଲ୍ଡ ଟାଉନରୁ ଚିହ୍ନଟ ହୋଇଛନ୍ତି ।

ବରମୁଣ୍ଡା, କେଦାରଗୌରୀ, ସାଲିଆ ସାହି, ଖଣ୍ଡଗିରି, ଡୁମୁଡୁମା, ଓଲ୍ଡ ଟାଉନ, ୟୁନିଟ-୪ ଏମଏଲଏ କଲୋନୀ, ଚନ୍ଦ୍ରଶେଖରପୁରରୁ ଜଣେ ଲେଖାଏଁ ଲୋକାଲ କେସ ଜଣାପଡିଛି । ତେବେ ଆଜି ଆଉ ୩୧ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Please follow and like us: