୫ଜଣଙ୍କୁ କଚାଡି ମାରିଲା ଦନ୍ତା

STATE

ଅନଗୁଳ : ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ ଓ ନିକଟସ୍ଥ ସନ୍ଥପଡ଼ା ଗ୍ରାମର ଅନ୍ୟ ଜଣଙ୍କୁ କଚାଡ଼ି ମାରିଥିବା ସୂଚନା ମିଳିଛି।

ଷଣ୍ଢଗାଁ’ର ମୃତ ବ୍ୟକ୍ତିମାନେ ଗୋଟିଏ ପରିବାର ଅନ୍ତର୍ଗତ। ସେମାନେ ସଂପର୍କରେ ବାପା, ଦୁଇ ଝିଅ ଓ ପିଉସୀ ବୋଲି କୁହାଯାଉଛି। ଗୋଟିଏ ଝିଅର ବୟସ ୪, ଅନ୍ୟ ଝିଅର ବୟସ ୧୨, ବାପାର ବୟସ ୪୦ ଓ ପିଉସୀର ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି । ଗରମ ପଡ଼ିଥିବାରୁ ସେମାନେ ଗତରାତିରେ ଘର ବାରଣ୍ଡାରେ ଶୋଇଥିଲେ। ସେମାନଙ୍କ ଘର ପାଲଲହଡ଼ା ଅନ୍ତର୍ଗତ ଗୋବିନ୍ଦପୁରରେ। ଇଟାଭାଟି ଶ୍ରମିକ ଭାବେ ସେମାନେ ଏ ଅଞ୍ଚଳରେ କାମ କରୁଥିଲେ।

ପରେ ହାତୀମାନେ ସନ୍ଥପଡ଼ା ଗ୍ରାମ ଆଡ଼କୁ ଯାଇ ସେଠାରେ ଶୌଚ ହେବାକୁ ଆସିଥିବା ୭୦ ବର୍ଷିୟ ଭ୍ରମରବର ସାମଲଙ୍କୁ ମଧ୍ୟ ଆକ୍ରମଣ କରି ମାରିପକାଇ ଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ଓ ବନ ବିଭାଗ ପହଞ୍ଚି ନିହତ ବ୍ୟକ୍ତିମାନଙ୍କର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ତାଳଚେର ଡାକ୍ତରଖାନାକୁ ପଠାଇଛନ୍ତି। ଶୁଣାଯାଉଛି,
ଗତରାତିରେ ହାତୀପଲ ବ୍ରାହ୍ମଣୀ ନଦୀ ପାର ହୋଇ ଷଣ୍ଢଗ୍ରାମରେ ପହଞ୍ଚିଥିଲେ ବୋଲି । ହାତୀପଲକୁ ଖୋଜିବା ନିମନ୍ତେ ବନବିଭାଗ କର୍ମଚାରୀମାନେ ଦଳବଦ୍ଧ ହୋଇ ବିଭିନ୍ନ ଅଞ୍ଚଳକୁ ଯାଇଛନ୍ତି।

Please follow and like us:
error