ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର , ୫ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

STATE

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଆଜିର ଦିନରେ ବଡ ଖୁସି ଖବର । ସେମାନଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷ ଉପହାର । ସରକାରୀ କର୍ମଚାରୀଙ୍କ ନିମନ୍ତେ ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହା ସହିତ ସପ୍ତମ ବେତନ କମିଶନଙ୍କ ଦ୍ୱାରା ଲାଗୁ ବକେୟା ଦରମାର ୧୦ ପ୍ରତିଶତ ।

ଆଜି ରାଜ୍ୟ ସରକାରୀ କର୍ମଚାରୀଙ୍କ ୫ ପ୍ରତିଶତ ଡିଏ ପ୍ରଦାନକୁ ଅନୁମତି ମିଳିଛି । ଏହି ୫ ପ୍ରତିଶତ ଡିଏ ୧ ଜାନୁଆରୀ ୨୦୨୦ ରୁ ପିଛିଲା ଭାବେ ଲାଗୁ ହେବାକୁ ନିଷ୍ପତ୍ତି ହୋଇଛି । ସପ୍ତମ ବେତନ କମିଶନଙ୍କ ଦ୍ୱାରା ଲାଗୁ ବକେୟା ଦରମାର ୧୦ ପ୍ରତିଶତ ପ୍ରଦାନକୁ ମଧ୍ୟ ଅନୁମତି ମିଳିଛି । ବକେୟା ଦରମାର ୧୦ ପ୍ରତିଶତ ଓ ମହଙ୍ଗା ଭତ୍ତା ୫%କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି ।

Please follow and like us: