ଭୁବନେଶ୍ଵରରେ ୫୧ ଜଣ ପଜିଟିଭ ଚିହ୍ନଟ, ଚିନ୍ତା ବଢାଉଛି ଲୋକାଲ କେସ

STATE

ଭୁବନେଶ୍ଵର ମହାନଗର ଅଞ୍ଚଳରେ ଆଜି ଆଉ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୫ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ୧୬ ଜଣ ଲୋକାଲ କଣ୍ଟାକ୍ଟରୁ ବୋଲି ସୂଚନା ମିଳିଛି । ଲୋକାଲ କେସ ବାଢୁଥିବାରୁ ଏହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ଭୁବନେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏହି ୫୧ ଜଣଙ୍କୁ ମିଶାଇ ୭୬୯କୁ ବୃଦ୍ଧି ପାଇଛି । ୩୬୧ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବାବେଳେ ୧୦ ଜଣ ପ୍ରାଣ ହରାଇଛନ୍ତି ଓ ୩୯୭ ଜଣ ଆକ୍ରାନ୍ତ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ସରକାରୀ ହସ୍ପିଟାଲର ଜଣେ ପୁରୁଷ, ଜଣେ ମହିଳା କର୍ମଚାରୀ ଲୋକାଲ କଣ୍ଟାକ୍ଟରୁ ବୋଲି ଜଣାପଡିଛନ୍ତି । ଚନ୍ଦ୍ରଶେଖରପୁର ୭ମ ବାଟାଲିଅନ ନିକଟରୁ ୨ଟି ଲୋକାଲ କେସ ଚିହ୍ନଟ ହୋଇଛି । ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ବ୍ୟକ୍ତି, ଭରତପୁର ଅଞ୍ଚଳରୁ ଜଣେ ମହିଳା, କଳିଙ୍ଗବିହାର ଅଞ୍ଚଳରୁ ୨ ଜଣ ମହିଳା, ଖାରବେଳ ନଗରରୁ ଜଣେ ମହିଳା, ଶାସ୍ତ୍ରୀନଗରରୁ ଜଣେ ପୁରୁଷ, ୟୁନିଟ-୬ ଗଙ୍ଗନଗର ଅଞ୍ଚଳର ୨ ଜଣ ଯୁବକ, ଶାସ୍ତ୍ରୀନଗରର ଜଣେ ମହିଳା,ଝରପଡାର ଜଣେ ଯୁବକ, ନୟାପଲ୍ଲୀର ଜଣେ ଯୁବତୀ ଓ ସମ୍ପୃକ୍ତ ଅଞ୍ଚଳର ଜଣେ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Please follow and like us: