କେରଳରେ ଏକ ଷ୍ଟାଡିୟମର ଅସ୍ଥାୟୀ ଗ୍ୟାଲେରୀ ଭୁଶୁଡ଼ି ୫୪ ଜଣ ଆହାତ

NATIONAL

ତିରୁଅନନ୍ତପୁରମ : କେରଳରେ ରବିବାର ଏକ ଫୁଟବଲ ମ୍ୟାଚ ସମୟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଷ୍ଟାଡିୟମର ଏକ ଅସ୍ଥାୟୀ ଗ୍ୟାଲେରୀ ଭୁଶୁଡ଼ିବା ପରେ ଏଥିରେ ବସିଥିବା ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଲା ଯେ, ଏହି ମ୍ୟାଚ ସମୟରେ ଷ୍ଟାଡିୟମରେ ଭାରତୀୟ ଫୁଟବଲର ଦୁଇ ଜଣ ଜଣାଶୁଣା ଖେଳାଳି ବାଇଚୁଙ୍ଗ ଭୁତିଆ ଓ ଆଇଏମ ବିଜୟନ ଉପସ୍ଥିତ ଥିଲେ । ସେମାନେ ସୁରକ୍ଷିତ ଅଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଫୁଟବଲ ଖେଳାଳି ଓ ଧନରାଜଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ କେରଳର ପଲକ୍କଡରେ ଫୁଟବଲ ମ୍ୟାଚର ଆୟୋଜନ କରାଯାଇଥିଲା । ମ୍ୟାଚ ଆରମ୍ଭ ହେବାର ଅଳ୍ପ ସମୟ ପୂର୍ବରୁ ଷ୍ଟାଡିୟମର ଏକ ଅସ୍ଥାୟୀ ଗ୍ୟାଲେରୀ ଭୁଶୁଡ଼ି ପଡ଼ିଥିଲା । ପୋଲିସ କହିଛି ଯେ, ଦୁର୍ଘଟଣାରେ ପ୍ରାୟ ୫୪ ଜଣ ଆହତ ହୋଇଛନ୍ତି । ମ୍ୟାଚ ପାଇଁ ଭାରତୀୟ ଫୁଟବଲ ଟିମର ବରିଷ୍ଠ ଖେଳାଳି ଆଇଏମ ବିଜୟନ ଓ ବାଇଚୁଙ୍ଗ ଭୁତିଆ ଉପସ୍ଥିତ ଥିଲେ । ପୋଲିସ କହିଛି ଯେ, ସେମାନେ ସୁରକ୍ଷିତ ଅଛନ୍ତି । ସୂଚନାଯୋଗ୍ୟ ଭାରତୀୟ ଫୁଟବଲ ଖେଳାଳି ଆର ଧନରାଜଙ୍କ ଗତ ଡିସେମ୍ବର ୨୯ରେ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିଲା । ତେଣୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଏହି ମ୍ୟାଚର ଆୟୋଜନ କରାଯାଇଥିଲା ।

Please follow and like us: