Odisha Infocus

ପାଞ୍ଚ ଲକ୍ଷ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିବ ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

STATE

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ବୟସ୍କଙ୍କୁ ଉପହାର ଭେଟି ଦେଲେ ରାଜ୍ୟ ସରକାର। ଆଉ ପାଞ୍ଚ ଲକ୍ଷ ହିତାଧିକାରୀଙ୍କୁ ମିଳିବ ବାର୍ଦ୍ଧକ୍ୟ ଭତ୍ତା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ । ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ ହିତାଧିକାରୀ। ସଚିବାଳୟରେ ପିଠା ଯୋଜନାର ସମୀକ୍ଷା ବେଳେ ଏହି ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭିଡିଓ କନଫରେନସିଂ ଦ୍ଵାରା ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ମାନେ ମାସିକ ୩ ଶହ ଟଙ୍କା ଏବଂ ୫ ଶହ ଟଙ୍କା ଲେଖାଏଁ ପାଇବେ। ତେବେ ବିରୋଧୀ ଦଳଙ୍କ କହିବା ଅନୁସାରେ ନିର୍ବାଚନ ପୂର୍ବରୁ ଏହା ଦଳର ଚାଲ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରଜ୍ୟ ସରକାର ବୟସ୍କ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏପରି ଘୋଷଣା କରିଥିବା ବିରୋଧି ଅଭିଯୋଗ କରିଛନ୍ତି।

Please follow and like us: