ସଂକ୍ରମଣ ହ୍ରାସ ଜାରି, ୨୪ ଘଣ୍ଟାରେ ଦେଶରେ ୬୧, ୮୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

NATIONAL

ନୂଆଦିଲ୍ଲୀ : ୨୪ ଘଣ୍ଟାରେ ୬୧, ୮୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୩୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧୪ ହଜାର ୩୧ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଲକ୍ଷ ୯୪ ହଜାର ୫୫୨କୁ ବୃଦ୍ଧି ପାଇଛି। ୭,୮୩,୩୧୧ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୬୫,୯୭,୨୦୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଗତ ୨୪ ଘଣ୍ଟାରେ ୯ ଲକ୍ଷ ୭୦ ହଜାର ୧୭୩ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ଏ ପର୍ଯ୍ୟନ୍ତ ମୋଟ ୯ କୋଟି ୨୪ ଲକ୍ଷ ୪୨ ହଜାର ୧୨୪ ନମୁନା ପରୀକ୍ଷା କରାଯାଇସାରିଲାଣି । ମହାରାଷ୍ଟ୍ରରେ ୪୧,୭୫୨, ଦିଲ୍ଲୀରେ ୫,୯୪୬, ଗୁଜରାଟରେ ୩,୬୨୯, କର୍ଣାଟକରେ ୧୦,୩୫୬, ଆନ୍ଧ୍ରପ୍ରଦେଶରେ ୬,୪୦୬ ଓ ପଶ୍ଚିମବଙ୍ଗରେ ୫,୯୯୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

Please follow and like us: