Hati

ଦନ୍ତାହାତୀ ଆକ୍ରମଣରେ ୭ବର୍ଷର ନାବାଳିକାର ମୃତ୍ୟୁ

STATE

ପୁଣି ଏକ ହାତୀ ଉପଦ୍ରବ । ଏକ ନାବାଳିକାକୁ ଦନ୍ତାହାତୀଟିଏ କଚାଡି ମାରିଦେଇଛି । ବିଳମ୍ବିତ ରାତ୍ରିରେ ନାବାଳିକାଟି ଘରେ ସୋଇଥିବାବେଳେ ଘଟିଛି ଏପରି ଅଘଟଣ । ନାବାଳିକା ସହିତ ମଧ୍ୟ ସୋଇଥିଲେ ତାର ଆଉ ଦୁଇଟି ଭଉଣୀ । ସେ ଦୁଇଜଣ ମଧ୍ୟ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ଚମ୍ପୁଆ ରେଞ୍ଜ ମାଲଦା ଗାଁରେ ବାଯାଏ ମୁଣ୍ଡାଙ୍କ ଘରେ ହାତୀ ପଶିଥିଲା । ଘରର କାନ୍ଥ ଭାଙ୍ଗି ଘର ଭିତରେ ଶୋଇଥିବା ୩ ନାବାଳିକାମାନଙ୍କୁ ଆକ୍ରମଣ କରିଥିଲା । ମୃତ ନାବାଳିକା ସିନି ମୁଣ୍ଡାର ବୟସ ୭ବର୍ଷ ବୋଲି ଜଣାପଡିଛି । ହାତୀ ଘରର କାନ୍ଥ ଭାଙ୍ଗି ଉକ୍ତ ନାବାଳିକାଟିକୁ ଶୁଣ୍ଢରେ ଟାଣି ଆଣି କଚାଡି ମାରିଦେଇଥିଲା ।

Please follow and like us:
error