ବଢିଲା ରାଜ୍ୟରେ ସଂକ୍ରମିତ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୦, ମୋଟ ସଂଖ୍ୟା ୧୨୬୯କୁ ବୃଦ୍ଧି

STATE

ପୁଣି ୨୪ ଘଣ୍ଟାରେ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ପଜିଟିଭ ଚିହ୍ନଟ ହୋଇଛନ୍ତି ୮୦ ଜଣ । ଫଳରେ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୧୨୬୯ କୁ ବୃଦ୍ଧି ପାଇଛି । ସକ୍ରିୟ ୮୨୬ ଥିବାବେଳେ ସୁସ୍ଥ ହୋଇଛନ୍ତି ୪୩୬ ଜଣ ଓ ୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ୮୦ ଜଣଙ୍କ ମଧ୍ୟରୁ ୭୧ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ବାକି ୯ ଜଣରୁ ୨ ଜଣ ହୋମ କ୍ଵାରେଣ୍ଟିନରେ ଥିଲେ ଓ ୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି । ସଂକ୍ରମିତ ଜିଲ୍ଲା ସଂଖ୍ୟାରେ ଆଜି ଦୁଇଟି ଜିଲ୍ଲା ଯୋଡିହୋଇଯାଇଛି ।

ମୋଟ ଚିହ୍ନଟ ୮୦ ଜଣଙ୍କ ମଧ୍ୟରୁ ବାଲେଶ୍ଵରରୁ ୩, ବଲାଙ୍ଗିରରୁ ୧, କଟକରୁ ୧, ଗଜପତିରୁ ୪, ଗଞ୍ଜାମରୁ ୧୯, ଯାଜପୁରରୁ ୧୪, ଝାରସୁଗୁଡାରୁ ୩, କନ୍ଧମାଳରୁ ୨, ମାଲକାନଗିରିରୁ ୫, ନବରଙ୍ଗପୁରରୁ ୧, ନୟାଗଡରୁ ୫, ପୁରୀରୁ ୧୭ ଓ ସୁନ୍ଦରଗଡ ଜିଲ୍ଲାରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ନୂଆ କରି ଗଜପତି ଓ ନବରଂଗପୁର ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ସଂକ୍ରମିତ ଜିଲ୍ଲା ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ଆଜି ଭିତରେ ମୋଟ ଆରଟି ପିସିଆର ଟେଷ୍ଟ ହୋଇଛି ୧ ଲକ୍ଷ ୧୮ ହଜାର ୪୪୬ ।

Please follow and like us: