ରାଜ୍ୟରେ ଆଜି ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୧୧୮୯କୁ ବୃଦ୍ଧି

Stay Focused

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ ଆଜି ସକାଳେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮୬ ଜଣ କରୋନା ଆକ୍ରାନ୍ତ । ଆଜିର ଏହି ନୂତନ ୮୬ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି । ସକ୍ରିୟ ସଂଖ୍ୟା ୭୮୯ ଜଣ ଥିବାବେଳେ ସୁସ୍ଥ ହୋଇଛନ୍ତି ୩୯୩ ଜଣ । ଆଜି ପର୍ଯ୍ୟନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି ୭ ଜଣ ।

ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ଵରରୁ ୩, ଭଦ୍ରକରୁ ୩, ବଲାଙ୍ଗିରରୁ ୨, କଟକରୁ ୧୧, ଗଞ୍ଜାମରୁ ୫, ଯାଜପୁରରୁ ୪୬, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୩, ନୟାଗଡରୁ ୬, ପୁରୀରୁ ୩ ଓ ସୁନ୍ଦରଗଡରୁ ଜଣେ ଚିହ୍ନଟ ହୋଇଛନ୍ତି । ୮୬ ପଜିଟିଭଙ୍କ ମଧ୍ୟରୁ ୮୦ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଜଣେ କଣ୍ଟେନମେଣ୍ଟ ଜୋନରୁ ଏବଂ ଆଉ ୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

Please follow and like us: