ଚିନ୍ତା ବଢାଇଲା ରାଜଧାନୀ, ଆଜି ଭୁବନେଶ୍ଵରରେ ୯୦ ପଜିଟିଭ ଚିହ୍ନଟ

STATE

ଭୁବନେଶ୍ଵର ମହାନଗର ଅଞ୍ଚଳରେ ଆଜି ୯୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ଵରରେ ଆଜିର ୯୦ ଆକ୍ରାନ୍ତଙ୍କୁ ମିଶାଇ ମୋଟ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୮୫୯କୁ ବୃଦ୍ଧି ପାଇଛି । ଆଜି ପର୍ଯ୍ୟନ୍ତ କରୋନ କବଳରୁ ସୁସ୍ଥ ହୋଇଛନ୍ତି ୩୮୫ ଜଣ । କରୋନାରେ ପ୍ରାଣ ହରାଇଛନ୍ତି ୧୧ ଜଣ । ଏବେ ବି ୪୬୨ ଜଣ ସକ୍ରିୟ କରୋନ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ତେବେ ଆସନ୍ତୁ ଜାଣିବା, ଭୁବନେଶ୍ଵରର କେଉଁ ଅଞ୍ଚଳରୁ ଆଜି କେତେ ଆକ୍ରାନ୍ତ ହୋଇଛନ୍ତି ।

ବିଜେବି ନଗର ଅଞ୍ଚଳରୁ ଏକ ଘରୋଇ ହସ୍ପିଟାଲର ଜଣେ ଡ୍ରାଇଭର ଚିହ୍ନଟ ହୋଇଛନ୍ତି । ଜାଗମରା, ଘାଟିକିଆ, ଲକ୍ଷ୍ମୀସାଗର, ଓଲ୍ଡ ଟାଉନରୁ ଜଣେ ଲେଖାଏଁ, ଖଣ୍ଡଗିରି, ଭରତପୁର, ରସୁଲଗଡ, ଚନ୍ଦ୍ରଶେଖରପୁରରୁ ଜଣେ ଲେଖାଏଁ, ବିଡିଏ କଲୋନୀ, ବିଶ୍ଵେଶ୍ଵର ବସ୍ତି, ନୟାପଲ୍ଲୀରୁ ଜଣେ ଲେଖାଏଁ, ଏମଏଲଏ କଲୋନୀ, ମହାବୀର ବସ୍ତି, କୋଳଥିଆରୁ ଜଣେ ଲେଖାଏଁ, ଗଣ୍ଡମୁଣ୍ଡା, ପାତ୍ରପଡା, କୋଳଥିଆ, ଭରତପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲର ଜଣେ ୩୦ ବର୍ଷିୟା ମହିଳା କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ପୋଖରୀପୁଟ, ଜିଜିପି କଲୋନୀ, ଜଗନ୍ନାଥ ବିହାରରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

Please follow and like us: