odisha infocus

ଯୋଗୀ ଓ ମାୟାବତୀଙ୍କୁ ଲାଗିଲା ଝଟକା

NATIONAL

ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସପି ସୁପ୍ରିମୋ ମାୟାବତୀଙ୍କୁ ଲାଗିଛି ଜୋର ଝଟକା । ସେମାନେ ନିର୍ବାଚନ ପ୍ରଚାର କରିବା ଉପରେ ରୋକ ଲଗାଯାଇଛି । ଦୁହିଙ୍କ ବିରୁଦ୍ଧରେ ପ୍ରଚାରରେ ଧାର୍ମିକ ଆକ୍ଷେପ ନେଇ ନିର୍ବାଚନ କମିଶନ ଦୁହିଙ୍କୁ ନିର୍ବାଚନ ପ୍ରଚାର କରିବାକୁ ବ୍ୟାନ କରିଛନ୍ତି ।

ତେବେ ଯୋଗୀ ଆଦିତ୍ୟନାଥଙ୍କୁ ୭୨ ଘଣ୍ଟା ପାଇଁ ପ୍ରଚାର ମନା କରାଯାଇଥିବାବେଳେ ମାୟାବତୀଙ୍କୁ ୪୮ ଘଣ୍ଟା ପ୍ରଚାର ମନା କରାଯାଇଛି । ଏହି ବ୍ୟାନର ଅବଧି ଆସନ୍ତାକାଲିଠାରୁ ଆରମ୍ଭ ହେଉଛି । ଆସନ୍ତାକାଲି ସକାଳ ୬ଟାରୁ ଉଭୟ ପ୍ରଚାର କରିପାରିବେ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଆଜି ଓଡିଶାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଚାର କରୁଛନ୍ତି ।

Please follow and like us:
error