ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ

STATE

            ଆଜି ସକାଳେ ଏକ ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା (A running train under fire) । ଟ୍ରେନଟି ହେଉଛି କେନ୍ଦୁଝର-ଭୁବନେଶ୍ବର ଫାଷ୍ଟ ପାସେଞ୍ଜର । ଟ୍ରେନଟି ହରିଚନ୍ଦନପୁର ତିଳିକିଧରା ନିକଟରେ ଯାଉଥିବା ସମୟରେ ଉକ୍ତ ଟ୍ରେନର ଲଗେଜ ବଗିରେ ଅକସ୍ମାତ ନିଆଁ ଲାଗିଥିବାର ଦେଖାଯାଇଥିଲା । ହେଲେ ଟ୍ରେନ ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ ଧରଣର କ୍ଷୟକ୍ଷତିରୁ ଟ୍ରେନଟି ରକ୍ଷା ପାଇବା ସହ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ନିରାପଦରେ ଗନ୍ତବ୍ୟସ୍ତଳକୁ ଯାତ୍ରା କରିପାରିଛନ୍ତି ।

            ଟ୍ରେନ ଡ୍ରାଇଭର ନିଆଁ ଲାଗିବା ଦେଖି ତୁରନ୍ତ ଗାଡି ଅଟକାଇଥିଲେ । ତାପରେ ଇଞ୍ଜିନ ସହ ପାସେଞ୍ଜର ବଗିକୁ ଲଗେଜ ବଗିଠାରୁ ବିଚ୍ଛିନ୍ନ କରିଥିଲେ । ଦମକଳ ବାହିନୀ ମଧ୍ୟ ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

 

@OdishaInfocus News Desk: Odisha Infocus is an Odisha based Online news portal, that keeps you updated on latest news and breaking news of all categories on all locations such as Puri, Bhubaneswar (BBSR), Cuttack and rest of Odisha, India and Globe. It also spreads best articles on Odisha literature like Poem, Short Story, Story for kids, Novels etc.

Please follow and like us: